Report Card Odisha

| Daily Odia News

ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ନଭେମ୍ବର ୨୪ ରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୨ ଶେଷ ହୋଇଛି |୩୧ତାରିଖ ପର୍ଯ୍ୟନ୍ତ ଚାଲିଥିବାର ଥିବାବେଳେ ମୋଟ ୮ଟି କାର୍ଯ୍ୟଦିବସରେ ଏହାକୁ ବନ୍ଦ କରିଦିଆଯାଇଛି । ମାତ୍ର ୮ ଦିନ ଚାଲି ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ହୋଇଛି ବିଧାନସଭା। ନିର୍ଦ୍ଧାରିତ ୩୩ଟି କାର୍ଯ୍ୟଦିବସ ରୁ ମାତ୍ର ୮ଟି କାର୍ଯ୍ୟଦିବସ ଚଳିତ ଅଧିବେଶନରେ ପାରିତ ହୋଇଛି । ଅଧିବେଶନ ନିର୍ଦ୍ଧାରିତ ଅବଧିର ୨୫ଟି କାର୍ଯ୍ୟଦିବସ ଥାଇ ଶେଷ ହୋଇଛି ବିଧାନସଭା | ବିରୋଧୀ ଦଳ ବିଜେପିର ବିନା ସମ୍ମତି ଓ ଅନୁପସ୍ଥିତିରେ ଶୀତ ଅଧିବେଶନକୁ ବନ୍ଦ ପାଇଁ ଶାସକ ଦଳର ପ୍ରସ୍ତାବକୁ ବାଚସ୍ପତି ମଧ୍ୟ ଗ୍ରହଣ କରିନେଇଛନ୍ତି । ଶାସକ ଦଳର ସଂଖ୍ୟା ଆଧାରରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି  । ତେବେ ଅଧିବେଶନ ସମୟରେ ଗୃହକୁ ଆସୁନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଅଧିବେଶନ ଆରମ୍ଭ ଦିନ ଓ ଶେଷ ଦିନରେ ଆସିଥିଲେ।ବିଧାନସଭାରେ ଅତିରକ୍ତ ବ୍ୟୟ ମଞ୍ଜୁରୀ ବିଲ ବିରୋଧୀଙ୍କ ଅନୁପସ୍ଥିତିରେ ପାରିତ ହୋଇଛି । ମୋଟ ୩ଟି ବିଲ୍ ଗୃହୀତ ଓ ୩ଟି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି । ୨୦୨୨-୨୩ ପାଇଁ ୧୬,୮୦୦କୋଟି ର ଅତିରିକ୍ତ ବଜେଟ। ୨୦୨୧-୨୨ ବର୍ଷର ସିଏଜି ରିପୋର୍ଟ ମଧ୍ୟ ଉପସ୍ଥାପିତ ହୋଇଛି ।  ମୋଟ ୩ଟି ବିଲ୍ ଗୃହୀତ ଓ ୩ଟି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି । ଶିକ୍ଷକଙ୍କ ଆନ୍ଦୋଳନ, ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କ ଧାରଣା, ଚାଷୀଙ୍କ ପ୍ରସଙ୍ଗକୁ ନେଇ ଗୃହରେ ବାରମ୍ବାର ହଟ୍ଟଗୋଳ ଯୋଗୁ ଅଧିବେଶନ ବେଶ୍ ସରଗରମ ରହିଥିଲା ।

Breaking News