ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ ତାରିଖ ଠାରୁ ଆରମ୍ଭ ହେବ। ଚଳିତ ଅଧିବେଶନକୁ ସୁରୁଖୁୁରୁରେ ଚଳାଇବା ନେଇ ଗତକାଲି ସର୍ବଦଳୀୟ ବୈଠକ ବସିଥିଲା। ଏହି ଶୀତକାଳୀନ ଅଧିବେଶନ ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୧ଟି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସେଥିମଧ୍ୟରୁ ୧୯ଟି ବିଧେୟକ ଓ ୨ଟି ବିତ୍ତୀୟ ଚିଠା ରହିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ଶ୍ରୀ ଯୋଶୀ କହିଛନ୍ତି, ଶୀତକାଳୀନ ଅଧିବେଶନରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ବିଧେୟକ ଆଗତ ହେବ। ଏହାବାଦ୍ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଧେୟକ ଉପରେ ଅଧିବେଶନରେ ଆଲୋଚନା ହେବ। ଅନ୍ୟପକ୍ଷରେ ବିରୋଧୀ ଦଳମାନଙ୍କ ତରଫରୁ ଯେଉଁ ସବୁ ପ୍ରସଙ୍ଗ ଉତ୍ଥାପନ କରାଯିବ ସେ ସମ୍ପର୍କରେ ସଂସଦରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତଅଛନ୍ତି ବୋଲି ପ୍ରହ୍ଲାଦ ଯୋଶୀ କହିଛନ୍ତି ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..