ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ୧ରୁ ଆରମ୍ଭ ହୋଇ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜ୍ଜୁ । ସେ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ପ୍ରସ୍ତାବିତ ଅଧିବେଶନ ତାରିଖକୁ ଅନୁମୋଦନ କରିଛନ୍ତି।ସୋସିଆଲ ମିଡ଼ିଆରେ ପୋଷ୍ଟ କରି କିରଣ କହିଛନ୍ତି, “ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୀ ଡିସେମ୍ବର ୧, ୨୦୨୫ ରୁ ଡିସେମ୍ବର ୧୯, ୨୦୨୫ ପର୍ଯ୍ୟନ୍ତ ସଂସଦର ଶୀତକାଳୀନ ଅଧିବେଶନ ପାଇଁ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏକ ଗଠନମୂଳକ ଏବଂ ଫଳପ୍ରଦ ଅଧିବେଶନ ପାଇଁ ଅପେକ୍ଷା କରୁଛି ଯାହା ଆମର ଗଣତନ୍ତ୍ରକୁ ମଜବୁତ କରିବ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବ।”






More Stories
ଦିଲ୍ଲୀ ବିସ୍ଫୋରଣ:ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ…..
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….
ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ ପାଇଁ ଆବେଦନ, ଶୁକ୍ରବାର ଆସିବ କୋର୍ଟଙ୍କ ନିଷ୍ପତ୍ତି….