ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ବିଭିନ୍ନ ଅଞ୍ଚଳରେ ତୁଷାର ଝଡ଼ରେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ଥଣ୍ଡାରେ ମୃତ୍ୟୁ ସହ ତୁଷାରପାତ ପାଇଁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବଢୁଛି। ବୁଫାଲୋ ବିମାନବନ୍ଦରରେ ୪୩ଇଞ୍ଚର ବରଫ ଆସ୍ତରଣ, ଯାତାୟତ ସମ୍ପୂର୍ଣ୍ଣ ଥାପି ଠପ ହୋଇଯାଇଛି । ସମଗ୍ର ଦେଶରେ ତାପମାତ୍ରା ଅହେତୁକ ହ୍ରାସ ପାଇବା ଦ୍ବାରା ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଖ୍ରୀଷ୍ଟମାସ ପାଇଁ ଉତ୍ସବ ମନାଇବା ଅସମ୍ଭବ ହୋଇପଡିଛି। ହଜାର ହଜାର ସଂଖ୍ୟକ ଲୋକ ବିଭିନ୍ନ ବିମାନବନ୍ଦର ପରିସରରେ ଅଟକି ରହିଛନ୍ତି। ବରଫ ଆସ୍ତରଣ ଜମି ରହିବାରୁ ସଡକ ଓ ଆକାଶପଥ ରେ ଗମନାଗମନ ବନ୍ଦ ହୋଇପଡିଛି। । ନ୍ୟୁୟର୍କ ମେଡିଆ ରିପୋର୍ଟ ଅନୁଯାୟୀ ଶନିବାର ଠାରୁ ଦେଶରେ ଶୀତ ଝଡ ଆରମ୍ଭ ହୋଇଛି। ଆମେରିକା ଜାତୀୟ ପାଣିପାଗ ସେବା ବିଭାଗର କହିବା ଅନୁଯାୟୀ ଦେଶର ୨୪ କୋଟି ଲୋକଙ୍କୁ ଶୀତ ଝଡ ସମ୍ପର୍କିତ ସତର୍କତା ଜାରି କରାଯାଇଛି। ବାସହୀନ ଲୋକଙ୍କୁ ଶୀତରୁ ରକ୍ଷା କରିବା ଲାଗି ଥାନା ଓ ଲାଇବ୍ରେରୀଗୁଡିକରେ ୱାର୍ମିଂ ସେଣ୍ଟର (ଉତ୍ତାପ କେନ୍ଦ୍ର) ଖୋଲାଯାଇଛି। ଆମେରିକାର ପଶ୍ଚିମାଞ୍ଚଳ ରାଜ୍ୟ ମୋନଟାନାରେ ତାପମାତ୍ରା -୪୫ ଡିଗ୍ରୀ ସେଲସିୟସ୍କୁ ଖସିଆସିଛି। ଡେସ୍ ମୋଇନ୍ସ, ଲୋୱା ଭଳି ସ୍ଥାନରେ ତାପମାତ୍ରା -୩୮ଡିଗ୍ରୀ ସେଲସିୟସ୍ରେ ପହଞ୍ଚିଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..