ରିପୋର୍ଟ କାର୍ଡ / ଭୁବନେଶ୍ୱର
୩ ଛୁଆଙ୍କୁ ବିଷ ପିଆଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ। ଏଭଳି ଅଭନୀୟ ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦକା ଥାନା ମେଣ୍ଢାଶାଳ ବିଞ୍ଝଗିରିରେ। ବିଷ ପିଇବା ଦ୍ୱାରା ୨ ଶିଶୁଙ୍କ ମୃତ୍ୟୁ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ୨ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ, ଝିଅ ଗୁରୁତର ଥିବା ନେଇ ସୂଚନା ମିଳିଛି । ମୃତ ଦୁଇ ପିଲାଙ୍କ ବୟସ ୨ ଓ ୩ ବର୍ଷ ବୋଲି ଜଣାପଡିଛି। ଗୁରୁତର ଥିବା ଝିଅ ବର୍ଷକର ରହିଛି । ୪ ଜଣଙ୍କୁ ଘର ଭିତରେ ମୁମୂର୍ଷୁ ଅବସ୍ଥାରେ ଦେଖିଥିଲେ ସଂପର୍କୀୟ। ପରେ ୪ ଜଣଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମହିଳା ଜଣଙ୍କ ଦିନ ମଜୁରିଆ ବୋଲି ଜଣାପଡ଼ିଛି। ତେବେ ଏଭଳି କାଣ୍ଡ ପଛର କାରଣ ଜଣାପଡ଼ିନାହିଁ।






More Stories
କେହି କଲେନି ନାମାଙ୍କନ ପ୍ରତ୍ୟାହାର…..
୩ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ଭାଜପା…..
ଆଜିଠୁ ବଜେଟ୍ ଅଧିବେଶନର ୨ୟ ପର୍ଯ୍ୟାୟ….