Report Card Odisha

| Daily Odia News

ଭାରତ-ଥାଇଲାଣ୍ଡ ସେମିଫାଇନାଲ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବାଂଲାଦେଶରେ ସିଲ୍‌ହଟରେ ଚାଲିଥିବା ମହିଳା ଏସିଆ କପ୍‌ ଟ୍ବେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଖେଳାଯିବ। ଭାରତ ୮ମ ଥର ପାଇଁ ଫାଇନାଲ ଖେଳିବାର ଲକ୍ଷ୍ୟ ରଖିଥିବାବେଳେ ଥାଇଲାଣ୍ଡ ଚମତ୍କାରିତା ଲକ୍ଷ୍ୟରେ ଖେଳିବ। ହରମାନପ୍ରୀତ କୌରଙ୍କ ନେତୃତ୍ବାଧିନ ଭାରତ ଲିଗ୍‌ ପଯ୍ୟାୟରେ ୬ଟି ମ୍ୟାଚରୁ ୫ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୦ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନ ସହ ସେମିଫାଇନାଲରେ ପହଞ୍ଚିଛି। ଦଳ ଶ୍ରୀଲଙ୍କାକୁ ୪୧ରନ, ମାଲେସିଆକୁ ୩୦ରନ, ୟୁଏଇକୁ ୧୦୪ରନ, ବାଂଲାଦେଶକୁ ୫୯ରନ ଓ ଥାଇଲାଣ୍ଡକୁ ୯ ୱିକେଟରେ ପରାସ୍ତ କରିଥିବାବେଳେ ପାକିସ୍ତାନ ନିକଟରୁ ୧୩ରନରେ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ ଥାଇଲାଣ୍ଡ ୬ଟି ମ୍ୟାଚରୁ ୩ଟି ବିଜୟ ଓ ୩ଟି ପରାଜୟ ସହ ୬ ପଏଣ୍ଟ ପାଇ ଟେବୁଲର ୪ର୍ଥ ସ୍ଥାନ ସହ ସେମିଫାଇନାଲରେ ପହଞ୍ଚିଛି।

Breaking News