ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ରେଳ ଷ୍ଟେସନ୍ ପରିସରରେ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ସୂଚନା ଅନୁସାରେ- ୨ ଜଣ ରେଳ କର୍ମଚାରୀ ମହିଳାଙ୍କୁ ଦୁଷ୍କର୍ମ କରିଥିବା ବେଳେ, ଅନ୍ୟ ୨ ଜଣ ଦୁଷ୍କର୍ମ ହେଉଥିବା ରୁମ୍କୁ ଜଗି ରହିଥିଲେ। ଏହି ଘଟଣାଟି ଶୁକ୍ରବାର ଘଟିଛି | ଏନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛନ୍ତି | କହିଛନ୍ତି କି ଶୁକ୍ରବାର ରାତି ପ୍ରାୟ ୨.୩୦ ସମୟରେ ମହିଳା ପୋଲିସ କୁ ଫୋନ୍ କରି ଅଭିଯୋଗ କରିବା ପରେ ଏହି ମାମଲାରେ ସଂପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ନାଁ ସତିଶ କୁମାର ଓ ତାଙ୍କୁ ୩୫ ବର୍ଷ ବୟସ। ସତିଶ ଓ ମହିଳା ଉଭୟଙ୍କୁ ୨ ବର୍ଷ ହେବ ଜାଣନ୍ତି। ସେ ରେଳବାଇରେ ଚାକିରି ଦେବା ପ୍ରଲୋଭନ ଦେଖାଇ ମହିଳାଙ୍କୁ ସେଠାକୁ ଡାକିବା ସହ ନିଜର ଅନ୍ୟ ବନ୍ଧୁଙ୍କ ସହ ପରିଚିତ କରାଇଥିବା ମହିଳା ତାଙ୍କ ଅଭିଯୋଗରେ କହିଛନ୍ତି। ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି ବିନୋଦ କୁମାର(୩୮), ମଙ୍ଗଲଚାନ୍ଦ ମୀନା(୩୩) ଏବଂ ଜଗଦୀଶ ଚାନ୍ଦ(୩୭)। ଏମାନେ ସମସ୍ତେ ଭାରତୀୟ ରେଳର ବଦ୍ୟୁତ୍ ବିଭାଗୀୟ କର୍ମଚାରୀ। ଏହି ଘଟଣାକୁ ନେଇ ରେଳବାଇ ଡିସିପି ହରେନ୍ଦ୍ର କୁମାର ସିଂହ କହିଛନ୍ତି, ‘ରାତି ପ୍ରାୟ ୨.୨୭ ସମୟରେ ପୁରୁଣା ଦିଲ୍ଳୀ ପୁଲିସ୍କୁ ମହିଳା ଫୋନ୍ କରି ଅଭିଯୋଗ କରିଥିଲେ। ତାପରେ ପୋଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।’
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ବ୍ୟବଚ୍ଛେଦ ପରେ ହଲଚଲ ହେଲା ମୃତଦେହ…..