Report Card Odisha

| Daily Odia News

ରାଜଧାନୀରେ ଯୁବତୀଙ୍କୁ ଅପହରଣ : ଜଣେ ଗିରଫ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ସହରରୁ ସାମ୍ନାକୁ ଆସିଲା ସିନେମା ଷ୍ଟାଇଲରେ ଯୁବତୀଙ୍କୁ ଅପହରଣ ଓ ମୁଣ୍ଡ ଜାମିନ ଘଟଣା । ଅଭିଯୁକ୍ତ ଗିରଫ । ଭୁବନେଶ୍ୱର ସହରରେ ଘଟି ଯାଇଛି ଏକ ଚାଞ୍ଚଲ୍ୟକର ଅପରାଧ । ଯୁବତୀଙ୍କୁ ଅପହରଣ କରି ୫ଲକ୍ଷ ର ମୁଣ୍ଡ ଜାମିନ ରଖିଥିଲା ଯୁବକ । ଘଟଣାରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ଖାରବେଳ ନଗର ଥାନା ପୁଲିସ । ଖବର ଅନୁସାରେ ଗତ ୧୭ ତାରିଖରେ ଯୁବତୀଙ୍କୁ ଅଟୋରେ ଅପହରଣ କରିଥିଲା ଅଭିଯୁକ୍ତ ଯୁବକ । ଯୁବତୀଙ୍କୁ ସତ୍ୟନଗରରୁ ଅପହରଣ କରି ବିଡିଏ ଅଞ୍ଚଳରେ ବନ୍ଦୀ ରଖିଥିଲା ଅଭିଯୁକ୍ତ ଯୁବକ । ପରେ ଯୁବତୀଙ୍କୁ ମା’ଙ୍କୁ ଫୋନ କରି ୫ଲକ୍ଷ ଟଙ୍କା ଦାବି କରିଥିଲା ଅଭିଯୁକ୍ତ । ଏହାସହ ଟଙ୍କା ନଦେଲେ ଯୁବତୀଙ୍କୁ ହତ୍ୟା କରିବାକୁ ଯୁବତୀଙ୍କ ମା’ଙ୍କୁ ଧମକ ଦେଇଥିଲା ଅଭିଯୁକ୍ତ । ଆଜି ଅଭିଯୁକ୍ତକୁ ଗିରଫ କରାୟିବ ସହ ବନ୍ଦୀ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି ।

Breaking News