ରିପୋର୍ଟ କାର୍ଡ / କୋରାପୁଟ
ସ୍ୱାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ହାରିଆମୁଣ୍ଡା ଗାଁରେ। ମୃତ ଦମ୍ପତି ହେଲେ ହାରିଆ ମୁଣ୍ଡା ଗାଁର ମହେନ୍ଦ୍ର ଖରା ଓ ସ୍ତ୍ରୀ ସାବିତ୍ରୀ ଖରା। ଗତକାଲି ମହେନ୍ଦ୍ର ଓ ତାଙ୍କ ସ୍ତ୍ରୀ କୌଣସି କାମରେ ନନ୍ଦପୁର ଯାଇଥିଲେ। କାମ ସାରି ଘରକୁ ଫେରିବା ବେଳେ ହଣ୍ଡାଲ ତୋଟା ନିକଟରେ କିଛି ଦୁର୍ବୃତ୍ତ ଉଭୟଙ୍କୁ ଅଟକାଇଥିଲେ। ପରେ ଦୁର୍ବୃତ୍ତମାନେ ମେହେନ୍ଦ୍ରଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ମହେନ୍ଦ୍ରଙ୍କ ସମ୍ମୁଖରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ସ୍ଥାନୀୟ ଲୋକେ ମହେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ କେଉଁ କାରଣ ପାଇଁ ଦୁର୍ବୃତ୍ତମାନେ ମହେନ୍ଦ୍ରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ସ୍ତ୍ରୀକୁ ହତ୍ୟା କଲେ ତାର କାରଣ ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..