Report Card Odisha

| Daily Odia News

ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ……

ରିପୋର୍ଟ କାର୍ଡ / ଯାଜପୁର

ପାରିବାରିକ ବିବାଦରୁ ସ୍ୱାମୀକୁ ମାରିଦେଲା ସ୍ତ୍ରୀ। ଯାଜପୁର ସୁକିନ୍ଦା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ସ୍ୱାମୀକୁ ହତ୍ୟା ପରେ ବାଡ଼ି ପଟେ ସ୍ତ୍ରୀ ପୋତିଦେଇ ଥାନା ଅଧିକାରୀଙ୍କୁ ଜଣାଇଥିଲା ଏବଂ ସୁକିନ୍ଦା ଥାନାରେ ଆତ୍ମସର୍ମପଣ କରିଥିଲା। ସୁକିନ୍ଦା ଥାନା ଘଟଣା ସମ୍ପର୍କରେ ଅବଗତ ହେବା ପରେ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି। ସୁକିନ୍ଦା ଥାନା ଅନ୍ତର୍ଗତ ଡୁବଖାଲ ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ସ୍ୱାମୀ ବାବୁଲି ମୁଣ୍ଡାକୁ ମାରି ବାଡ଼ି ପଛ ପଟ ଜଙ୍ଗଲରେ ପୋତିଦେଇଥିଲା। ଏହାପରେ ସୁକିନ୍ଦା ଥାନାକୁ ଆସି ଅଭିଯୁକ୍ତ ସ୍ତ୍ରୀ ଆତ୍ମସମର୍ପଣ କରିଥିଲା। ପାରିବାରିକ କଳହରୁ ଏତେ ବଡ଼ କାଣ୍ଡ ହୋଇଥିବା ଜଣାପଡ଼ିଛି।

Breaking News