ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଫ୍ରିଜରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି ପୋଲିସ । ଏନେଇ କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ସୂଚନା ଦେଇଛନ୍ତି। ସନ୍ଦିଗ୍ଧ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ସେପ୍ଟେମ୍ବର ୨୧ରେ ବେଙ୍ଗାଲୁରର ଏକ ଫ୍ଲାଟରେ ଥିବା ରେଫ୍ରିଜେରେଟରରୁ ୩୦ ଖଣ୍ଡ କଟା ଶରୀର ମିଳିଥିଲା। ପରବର୍ତ୍ତୀ ସମୟରେ ଏହା ଜଣେ ୨୯ ବର୍ଷୀୟ ମହିଳା ମହାଲକ୍ଷ୍ମୀଙ୍କର ବୋଲି ଜଣାପଡିଥିଲା। ତେବେ କିଏ ତାଙ୍କୁ ହତ୍ୟା କରିଛି ସେନେଇ ତଦନ୍ତ ଚାଲି ଥିବାବେଳେ କର୍ଣ୍ଣାଟକ ପୋଲିସ ପଶ୍ଚିମବଙ୍ଗର ଜଣେ ସନ୍ଦିଗ୍ଧ ଅଶରଫକୁ ଚିହ୍ନଟ କରିଛି। ଖୁବ୍ ଶୀଘ୍ର ତାଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଚଳାଇଥିବା କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି। ସୂଚନା ଅନୁସାରେ, ମୃତ ମହିଳା ଜଣକ ବିବାହିତ। କିନ୍ତୁ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ। ସେ ବେଙ୍ଗାଲୁରୁର ଏକ ମଲରେ କାମ କରୁଥିଲେ। ଘଟଣା ବାବଦରେ ଜାଣିବା ପରେ ତାଙ୍କ ସ୍ୱାମୀ ଆପାର୍ଟମେଣ୍ଟରେ ପହଞ୍ଚିଥିଲେ। ତେବେ ତାଙ୍କୁ କିଏ ଏବଂ କାହିଁକି ମାରିଲା, ସେନେଇ ତଦନ୍ତ ଚଳାଇଛି ପୋଲିସ।






More Stories
ଅମିତ ଶାହଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖିଦେବା ଦରକାର……
ଦେଶରେ ସମାବେଶୀ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ହେବ…..
ବିଜେପି-କଂଗ୍ରେସକର୍ମୀ ଧସ୍ତାଧସ୍ତି,ଲାଠି,ଠେଙ୍ଗାରେ ଆକ୍ରମଣ…..