ରିପୋର୍ଟ କାର୍ଡ / କଟକ
ଗାଡିରେ ନିଆଁ ଲଗାଇଥିଲେ ମହିଳା। ହାଇକୋର୍ଟ ସାମ୍ନାରେ ଗାଡ଼ିରେ ନିଆଁ ଲଗାଇଥିବା ମହିଳା ଜଣକ ଲାଲବାଗ ଥାନା ପୋଲିସ ହାତରେ ଧରାପଡିଛନ୍ତି। ନିଆଁ ଲଗାଇଥିବା କଥାକୁ ମହିଳା ଜଣକ ସ୍ବୀକାର କରିଛନ୍ତି । କାହିଁକି ନିଆଁ ଲଗାଇଥିଲେ , ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ପଚରାଉଚରା ଜାରି ରଖିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଓଡିଶା ହାଇକୋର୍ଟ ଆଗରେ ଏକାଧିକ ଗାଡିରେ ନିଆଁ ଲାଗିଯାଇଛି। ହୁତହୁତ୍ ହୋଇ ଜଳିଯାଇଛି ଗୋଟିଏ ସ୍କର୍ପିଓ , ଦୁଇଟି ସ୍କୁଟର ଏବଂ ଇଭି ଗାଡି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।






More Stories
ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା କଂଗ୍ରେସ…..
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଗୁଜବ ସୃଷ୍ଟିକାରୀଙ୍କ ଉପରେ ହେବ ଆକ୍ସନ୍…..