Report Card Odisha

| Daily Odia News

ମହିଳାଙ୍କୁ ଗୁଳିମାଡ…..

ରିପୋର୍ଟ କାର୍ଡ / ଗଞ୍ଜାମ

ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ରାମପଲ୍ଲୀ ଗାଁରେ ଜଣେ ମହିଳାଙ୍କୁ ଗୁଳିମାଡ ହୋଇଛି। ଗୁଳି ମାଡର ଶିକାର ହୋଇଥିବା ମହିଳା ଜଣକ ଭାବିନୀ ରାଉତ ବୋଲି ଜଣାପଡିଛି। ଭାବିନୀଙ୍କ ସଂପର୍କୀୟ ଭଣଜା ସୁରେଶ ପ୍ରଧାନ ଗୁଳି କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଭଣଜା ସୁରେଶ ସୁଶାନ୍ତ ରାଉତଙ୍କୁ ଟାର୍ଗେଟ୍ କରିଥିଲେ । ହେଲେ ସାମ୍ନାକୁ ଆସି ଯାଇଥିଲେ ସୁରେଶଙ୍କ ପତ୍ନୀ ଭାବିନୀ । ଗତକାଲି ବିଳମ୍ବିତ ରାତିରେ ଭାବିନୀଙ୍କୁ ଗୁରୁତର ଅବସ୍ଥାରେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟିଥିବା ସୂଚନା ମିଳିଛି। ସେପଟେ ଖବର ପାଇ କୋଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Breaking News