ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଦେଶୀ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରିବା ଅଡୁଆ ବଢିବାରେ ଲାଗିଛି। ଜଗନ୍ନାଥପ୍ରେମୀ ଏହି ଘଟଣାକୁ ନିନ୍ଦା କରି ସୋମବାର ସହିଦନଗରସ୍ଥିତ ଟାଟୁ ଦୋକାନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ଆଣ୍ଠେଇକି କ୍ଷମା ପ୍ରାର୍ଥନା କରିବାକୁ ଜଗନ୍ନାଥପ୍ରେମୀ ଦାବି କରିଛନ୍ତି। ଅନ୍ୟପକ୍ଷେ ଷ୍ଟୁଡିଓ ମାଲିକଙ୍କ ସହ ବିଦେଶିନୀ ଭିଡିଓ ଶେୟାର କରି ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ କରିବା ଘଟଣାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ହେଲେ କେତେଜଣ ସାମାଜିକ କର୍ମୀ ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରାଯାଇଥିବା ନେଇ ଷ୍ଟୁଡିଓ ମାଲିକଙ୍କ ନାମରେ ଏତଲା ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଶହୀଦନଗର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..