Report Card Odisha

| Daily Odia News

ମହିଳାମାନେ ମସ୍‌ଜିଦକୁ ନମାଜ ପାଇଁ ଆସିପାରିବେ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁପ୍ରିମ୍‌କୋର୍ଟରେ ଅବଗତ କରାଯାଇଛି ଯେ ମହିଳାମାନେ ମସଜିଦ ଯାଇ ନମାଜ କରିବାକୁ କୌଣସି ମୁସଲିମ ଶାସ୍ତ୍ରରେ ମନା ନାହିଁ। କିନ୍ତୁ ନମାଜ କରିବାକୁ ଯାଇ ମସଜିଦର ସାଧାରଣ ସ୍ଥାନରେ ଅନ୍ୟ ପୁରୁଷମାନଙ୍କ ସହ ଅବାଧ ମିଳାମିଶା କରିବାକୁ ବାରଣ ଅଛି। ମୁସଲିମ୍ ପର୍ସନାଲ ଲ ବୋର୍ଡ ପକ୍ଷରୁ ଏକ ସତ୍ୟପାଠରେ କୁହାଯାଇଥିଲା ଯେ ମସଜିଦରେ ପୁରୁଷ ଓ ମହିଳାଙ୍କ ଅବାଧ ମିଳାମିଶାକୁ କୌଣସି ଧର୍ମଶାସ୍ତ୍ରରେ ଅନୁମତି ଦିଆଯାଇ ନାହିଁ। ମକ୍କାର କାବାରେ ଉଭୟ ପୁରୁଷ ଓ ମହିଳା ନମାଜ କରିବାକୁ ଅନୁମତି ପାଇଥାନ୍ତି। କିନ୍ତୁ ଅସ୍ଥାୟୀ ବାରିକେଡ୍ କରି ପୁରୁଷ ଓ ମହିଳାଙ୍କୁ ଅଲଗା ଅଲଗା ବାଟରେ ଯାଇ ଅଲଗା ସ୍ଥାନରେ ବସି ନମାଜ କରିବାକୁ ସୁଯୋଗ ଦିଆଯାଇଥାଏ। ପ୍ରାର୍ଥନା ସମୟର ଏ ପ୍ରକାର ସଦାଚାରକୁ ସବୁ ପୁରୁଷ ଓ ମହିଳା କଡ଼ାକଡ଼ି, ସ୍ବେଚ୍ଛାକୃତ ଓ ନିଷ୍ଠାପର ଭାବରେ ପାଳନ କରିଥାନ୍ତି। ବାସ୍ତବରେ ମକ୍କାରେ ମସଜିଦ ଅଲ୍‌-ହରାମ ପାଖରେ ଅନେକ ମସଜିଦ ଅଛି, ଯେଉଁଠି ରସୁଲ ମହମ୍ମଦଙ୍କ ଅମଳରୁ ପୁରୁଷ ଓ ମହିଳାଙ୍କ ମିଳାମିଶାକୁ ଅନୁମତି ଦିଆଯାଉ ନାହିଁ | ବୋର୍ଡ ପକ୍ଷରୁ ଆହୁରି କୁହାଯାଇଥିଲା ଯେ ପ୍ରତ୍ୟେକ ମସଜିଦରେ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନର ରାସ୍ତା ରହିଛି। ଏପରି କି ସେମାନଙ୍କ ପାଇଁ ଅଲଗା ଅଲଗା ହାତମୁହଁ ଧୋଇବା ଜାଗା ଓ ୱାସ୍‌ରୁମ୍ ବି ଅଛି।

Breaking News