ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ପ୍ରତିଦିନ ନାରୀ ନିର୍ଯାତନା ବୃଦ୍ଧି ପାଉଛି। ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଗାମୀ ମୌସୁମୀ ଅଧିବେଶନରେ ୨୦ ହଜାର ମହିଳା ବିଧାନସଭା ଘେରିବେ ବୋଲି ପିସିସି ସଭାପତି ଭକ୍ତ ଦାସ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଶ୍ରୀ ଦାସ ନାରୀ ନିର୍ଯାତନା ସଂକ୍ରାନ୍ତରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, ନାରୀ ନିର୍ଯାତନା କିମ୍ବା କୌଣସି ବିପର୍ଯ୍ୟୟ ପ୍ରତି ସରକାର ଗମ୍ଭୀର ଥିଲା ଭଳି ଜଣାପଡୁନାହିଁ। ପ୍ରଶାସକଙ୍କଠାରୁ ସରକାର କାମ ଆଦାୟ କରିପାରୁ ନାହାନ୍ତି। ସରକାର ଚାହିଁଲେ ୨୪ ଘଣ୍ଟାରେ ସମସ୍ୟାଗୁଡ଼ିକର ସମାଧାନ ହୋଇଯିବ। କିନ୍ତୁ ପ୍ରଶାସକଠାରୁ ନେତା ପର୍ଯ୍ୟନ୍ତ ସମସ୍ତେ ଅର୍ଥ ରୋଜଗାରରେ ବ୍ୟସ୍ତ। ନାରୀ ନିର୍ଯାତନାକୁ ନେଇ ୨୦ ହଜାର ମହିଳା ବିଧାନସଭା ଘେରିବା ସମୟରେ ଜଣେ ହେଲେ ପୁରୁଷ କର୍ମୀ ରହିବେ ନାହିଁ। ମହିଳାମାନେ ହିଁ ସରକାରଙ୍କୁ ନାରୀ ନିର୍ଯାତନା ପ୍ରସଙ୍ଗରେ ଜବାବ ମାଗିବେ ବୋଲି ସେ କହିଛନ୍ତି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……