ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁରୀର ବିଶ୍ୱବିଖ୍ୟାତ ଶ୍ରୀ ଜଗନ୍ନାଥ ମନ୍ଦିର ଓ ସମୁଦ୍ର କୂଳର ଆକର୍ଷଣକୁ ଆହୁରି ବୃଦ୍ଧି କରିବା ପାଇଁ ଓଡ଼ିଶା ସରକାର ପୁରୀ ସମୁଦ୍ର କୂଳ ନିକଟରେ ଏକ ଆନ୍ତର୍ଜାତୀୟ ମାନର ମେରାଇନ୍ ଆକ୍ୱାରିୟମ୍ ଓ ଅଣ୍ଡରୱାଟର ଜୁ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ମେରାଇନ୍ ଟୁରିଜମ୍କୁ ପ୍ରୋତ୍ସାହନ ଦେବା ସହ ଶିକ୍ଷା, ସଂରକ୍ଷଣ ଓ ବହୁମୁଖୀ ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗ ଏହି ପ୍ରକଳ୍ପ ପାଇଁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ (EOI) ଆହ୍ୱାନ କରିଛି। ଏହା ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍ (PPP) ମଡେଲରେ ନିର୍ମିତ ହେବ, ଯେଉଁଥିରେ ଏକ ଘରୋଇ ସଂସ୍ଥା ନିର୍ମାଣ, ମାଲିକାନା ଓ ପରିଚାଳନା ଦାୟିତ୍ୱ ନେବ। ସରକାର ସୁଲଭ ମୂଲ୍ୟରେ ଜମି ଯୋଗାଇବେ ଏବଂ ଆର୍ଥିକ ସହାୟତା ପାଇଁ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ ଉପରେ ବିଚାର କରିପାରନ୍ତି। ନିର୍ବାଚିତ ସଂସ୍ଥାକୁ ଆନ୍ତର୍ଜାତୀୟ ମାନର ପ୍ରଦର୍ଶନୀ ନିର୍ମାଣ, ପରିବେଶ ଓ ଆଇନଗତ ନିୟମ ପାଳନ ଏବଂ ଦେଶୀ-ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର କାର୍ଯ୍ୟ କରିବାକୁ ହେବ। ଆଗ୍ରହୀ ସଂସ୍ଥାମାନେ ଅକ୍ଟୋବର ୧୦ ସୁଦ୍ଧା ପ୍ରସ୍ତାବ ଦାଖଲ କରିବେ। ଅକ୍ଟୋବର ୨୦ରୁ ପ୍ରସ୍ତାବ ମୂଲ୍ୟାଙ୍କନ ଆରମ୍ଭ ହେବ ଏବଂ ଅକ୍ଟୋବର ୩୦ରେ ଚୂଡ଼ାନ୍ତ ଘୋଷଣା ହେବ।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..
କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ…..