ରିପୋର୍ଟ କାର୍ଡ / ପାରାଦୀପ
ଦେହ ଖରାପ ହେଲେ ଲୋକମାନେ ମେଡିକାଲରେ ଡାକ୍ତର ଦେଖାଇ ଔଷଧି ସୁସ୍ଥ ହେବାକୁ ଚାହାନ୍ତି | କିନ୍ତୁ ଯଦି ମେଡିକାଲରେ ଲୋକଙ୍କୁ ଭୁଲ୍ ମେଡିସିନ୍ ମିଳେ, ତେବେ ସେ କାହା ପାଖକୁ ଯିବେ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ପାରାଦୀପ ଅଠରବାଙ୍କୀ ସରକାରୀ ଡାକ୍ତରଖାନାରୁ । ଝାଡ଼ା ହେଉଥିବା ଶିଶୁକୁ କଣନଖା ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଡାକ୍ତରଖାନାରେ ଲୋକଙ୍କର ଉତ୍ତେଜନା ଦେଖିବାକୁ ମିଳିଛି । ତେବେ ନିରାମୟ କେନ୍ଦ୍ରରୁ ଭୁଲ ମେଡିସିନ୍ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଔଷଧ ଖାଇବା ପରେ ଶିଶୁଟିର ବାନ୍ତି ହେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ଶିଶୁର ପରିବାର ଓ ସମ୍ପର୍କୀୟମାନେ ପାଟିତୁଣ୍ଡ କରିବା ସହ ଉତ୍ତେଜନା କରିଛନ୍ତି । ଅନ୍ୟପଟେ ଔଷଧର ଭୁଲ ବ୍ୟବହାର କରାଯାଇଥିବା ନେଇ କହିଛନ୍ତି ମେଡିକାଲ ଅଫିସର । ଲଗାଇବାକୁ ଦିଆଯାଇଥିବା ଔଷଧକୁ ଖୋଇ ଦେବାରୁ ବାନ୍ତି ହେଉଥିବା ଅଫିସର କହିଛନ୍ତି । ଘଟଣାକୁ ନେଇ ଉତ୍ତେଜନା ଜାରି ରହିଥିବା ବେଳେ ମେଡିକାଲ ପକ୍ଷରୁ ଆଉ ଥରେ ଯାଞ୍ଚ ଚାଲିଛି ।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..