ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶବନ୍ତ ସିହ୍ନା। ଶ୍ରୀ ସିହ୍ନା ସଂସଦ ଭବନରେ ନାମାଙ୍କନ ଦାଖଲ କରିବା ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଏନସିପି ସୁପ୍ରିମୋ ଶରଦ ପାୱାର, ଟିଏମସିର ଅଭିଷେକ ବାନାର୍ଜୀ, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡେଗ, ସପା ମୁଖ୍ୟ ଅଖିଲେଶ ଯାଦବ ଓ ସିପିଆଇଏମର ସୀତାରାମ ୟେଚୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଶ୍ରୀ ସିହ୍ନା ୪ ସେଟର ନାମାଙ୍କନ ପତ୍ର ରାଜ୍ୟସଭା ସଚିବ ତଥା ରାଷ୍ଟ୍ରପତି ନିର୍ବାଚନର ରିଟର୍ଣ୍ଣିଂ ଅଫିସର ପିସି ମୋଡୀଙ୍କୁ ହସ୍ତାନ୍ତର କରିଛନ୍ତି | ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ପ୍ରାର୍ଥିତ୍ରକୁ ତେଲେଙ୍ଗାନାର କ୍ଷମତାସୀନ କେସିଆରଙ୍କ ଟିଆରଏସ୍ ସମର୍ଥନ ଘୋଷଣା କରିଛି। ଏସମ୍ପର୍କରେ ରାଜ୍ୟର ମନ୍ତ୍ରୀ କେଟିଆର ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ଶ୍ରୀ ସିହ୍ନା ସଂସଦ ଭବନରେ ପ୍ରାର୍ଥିପତ୍ର ଦାଖଲ କରିବା ବେଳେ କେଟିଆର ଦଳର କିଛି ସାଂସଦଙ୍କ ସହ ଉପସ୍ଥିତ ରହିଥିଲେ। ଶ୍ରୀ ସିହ୍ନାଙ୍କ ପ୍ରଥମ ପ୍ରସ୍ତାବକ ଭାବେ ରାହୁଲ ଗାନ୍ଧି ଦସ୍ତଖତ କରିଥିବା ଜଣାପଡ଼ିଛି। ଏହାବାଦ ଟିଏମସି, ଏନସିପି ଓ ଟିଆରଏସ୍ର କିଛି ନେତା ମଧ୍ୟ ପ୍ରସ୍ତାବକ ଭାବେ ଶ୍ରୀ ସିହ୍ନାଙ୍କ ପ୍ରାର୍ଥିପତ୍ରରେ ଦସ୍ତଖତ କରିଛନ୍ତି।






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..