Report Card Odisha

| Daily Odia News

ଜ୍ଞାନବାପି ମସ୍‌ଜିଦ୍‌ରେ ତ୍ରିଶୂଳ କ’ଣ କରୁଛି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ତ୍ରିଶୂଳ କ’ଣ କରୁଛି ବୋଲି ଏକ ସାକ୍ଷାତ୍‌କାରରେ ଜ୍ଞାନବାପି ମସ୍‌ଜିଦ୍‌ ମାମଲା ବିଷୟରେ କହିବା ବେଳେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ସୂଚନାଯୋଗ୍ୟ, ଜ୍ଞାନବାପି ମାମଲାରେ ହିନ୍ଦୁ ଓ ମୁସଲ୍‌ମାନ ସମ୍ପ୍ରଦାୟଙ୍କ ମଧ୍ୟରେ ବିବାଦ ଚାଲିଥିବା ବେଳେ ଆଦିତ୍ୟନାଥ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଐତିହାସିକ ପ୍ରମାଦ (ଭୁଲ୍‌) ସୁଧାରିବା ଲାଗି ମୁସଲ୍‌ମାନ୍‌ ଆବେଦନକାରୀମାନେ ଆଗେଇ ଆସନ୍ତୁ। ସମ୍ବାଦ ସରବରାହ ସଂସ୍ଥାନ ସହିତ କରିଥିବା ସାକ୍ଷାତ୍‌କାରରେ ଆଦିତ୍ୟନାଥ କହିଛନ୍ତି | ସରକାର ଦୀର୍ଘ ଦିନରୁ ଚାଲି ଆସିଥିବା ଏହି ବିବାଦର ସମାଧାନ ଚାହାଁନ୍ତି। ଜ୍ଞାନବାପିକୁ ଯଦି ଆମେ ମସ୍‌ଜିଦ୍‌ ବୋଲି କହିବା, ତେବେ ବିବାଦ ହେବ | ମୋର ମନେହୁଏ ଜ୍ଞାନବାପି ଭିତରେ ତ୍ରିଶୂଳ କ’ଣ କରୁଛି ଲୋକେ ତର୍ଜମା କରିବା ଉଚିତ। ହିନ୍ଦୁମାନେ ସେଠାରେ ତ୍ରିଶୂଳ ରଖି ନାହାନ୍ତି। ସେଠାରେ ଗୋଟାଏ ଜ୍ୟୋର୍ତିଲିଙ୍ଗ ଓ ଦେବାଦେବୀମାନେ ଅଛନ୍ତି ବୋଲି ଆଦିତ୍ୟନାଥ କହିଛନ୍ତି। ଜ୍ଞାନବାପି ଓ କାଶୀ ବିଶ୍ବନାଥ ମନ୍ଦିର ମାମଲାର ସମ୍ଭାବ୍ୟ ସମାଧାନ ପ୍ରସଙ୍ଗରେ ଉତ୍ତର ଦେଇ ସେ କହିଛନ୍ତି, ମୋ ବିଚାରରେ ମୁସଲ୍‌ମାନ ପକ୍ଷ ଏଭଳି ଐତିହାସିକ ପ୍ରମାଦକୁ ସ୍ବୀକାର କରି ସୁଧାରିବା ପାଇଁ ପ୍ରସ୍ତାବ ଦେବା ଉଚିତ।

Breaking News