ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳିଛି | ଏକ ଗଣମାଧ୍ୟମ ସଂସ୍ଥା ଜରିଆରେ ହତ୍ୟା ଧମକ ମିଳିବାର କିଛିଦିନ ପରେ ଆଉ ଥରେ ପୁଣି ହତ୍ୟା ଧମକ ମିଳିଛି। ଜଣେ ଅଜଣା ବ୍ୟକ୍ତି ୧୨୨ରେ ( ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ଜରୁରୀକାଳୀନ ସେବା ପାଇଁ ଜାରି ହୋଇଥିବା ନମ୍ବର) ବାର୍ତ୍ତା ପଠାଇ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିବା ସୂଚନା ରହିଛି। ମେସେଜରେ ଲେଖାଯାଇଛି କି ‘ମୁଁ ଶୀଘ୍ର ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା କରିବି।’ଏହି ଘଟଣା ପରେ ଉକ୍ତ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ (ଆଇପିସି) ଧାରା ୫୦୬,୫୦୭ ଏବଂ ଆଇଟି ଆକ୍ଟ ୬୬ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ବୋଲି ପୋଲିସ କହିଛି। ପୋଲିସ ଆହୁରି କହିଛି ଯେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଆଶଙ୍କା ସୃଷ୍ଟି ହେବା ପରେ ସୁଶାନ୍ତ ଗଲ୍ଫ ସିଟି ପୋଲିସ ଷ୍ଟେସନ୍ରେ ଏକ ମାମଲା ରୁଜୁ ହୋଇଛି। ଚଳିତମାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଗଣମାଧ୍ୟମ ସଂସ୍ଥା ଜରିଆରେ ହତ୍ୟା ଧମକ ମିିଳିଥିଲା। ଏହି ଧମକ ମିଳିବା ପରେ ନୋଇଡ଼ା ପୋଲିସ ଜଣେ ୧୬ ବର୍ଷୀୟ ସ୍କୁଲ୍ ଛାତ୍ରଙ୍କୁ ଗିରଫ କରିଥିଲା। ବିହାର ବାସିନ୍ଦା କିଶୋର ଜଣଙ୍କୁ ଚିନ୍ହାତ୍ ଅଞ୍ଚଳରୁ ଗିରଫ କରାଯାଇ ନୋଏଡାକୁ ଅଣାଯାଇଥିଲା ବୋଲି ସହକାରୀ ପୋଲିସ କମିସନର (ନୋଏଡା) ରଜନୀଶ ବର୍ମା କହିଥିଲେ। ପରେ ବାଳକ ଛାତ୍ର ଜଣଙ୍କୁ ନୋଏଡାର ଏକ ଜୁଭେନିଲ୍ କୋର୍ଟରେ ହାଜର କରାଯାଇଥିଲା। ଏବେ ତାଙ୍କୁ ଜାମିନ ପ୍ରଦାନ କରାଯାଇସାରିଛି ବୋଲି ପିଟିଆଇ ରିପୋର୍ଟ କରିଛି।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..