Report Card Odisha

| Daily Odia News

ମହାକୁମ୍ଭର ଅପପ୍ରଚାର କୁ ନେଇ ବର୍ଷିଲେ ଯୋଗୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାକୁମ୍ଭ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ । ବଜେଟ ଅଧିବେଶନରେ ଯୋଗ ଦେଇ ଯୋଗୀ ମହାକୁମ୍ଭକୁ ନେଇ ଅପପ୍ରଚାର କରୁଥିବା ବିରୋଧୀ ଗୋଷ୍ଠୀଙ୍କ ଉପରେ ସିଧା ସଳଖ ନିଶାନା କରିଛନ୍ତି । ସପା ସହ ମମତା ବାନାର୍ଜୀ, ଲାଲୁ ପ୍ରସାଦ ଯାଦବ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ତେବେ ମହାକୁମ୍ଭକୁ ପ୍ରଥମ ଦିନରୁ ହିଁ ବିରୋଧ କରି ଆସୁଛନ୍ତି ସମାଜବାଦୀ ପାର୍ଟିର ସଦସ୍ୟ । ଏଯାଏଁ ୫୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ସାରିଥିବା ବେଳେ ଏଭଳି ଅବିସ୍ମରଣୀୟ ମୁହୂର୍ତ୍ତକୁ ନେଇ ଅପପ୍ରଚାରରେ ମାତିଛନ୍ତି ବିରୋଧୀ । ଯେଉଁ ଜଳରେ ଭକ୍ତ ଏବଂ ସାଧୁ ସନ୍ଥ ପବିତ୍ର ବୁଡ ପକାଉଛନ୍ତି ସେହି ଜଳ ସ୍ନାନ ପାଇଁ ଯୋଗ୍ୟ ବୋଲି ଶ୍ରଦ୍ଧାଳୁ କହୁଥିବା ବେଳେ ବିରୋଧୀ କିନ୍ତୁ ଏହି ଜଳରେ ମାନବ ମଳ ମିଶୁଥିବାରୁ ଏହା ସ୍ନାନ ଉପଯୋଗୀ ନୁହେଁ କହି ଗୁଜବ କରୁଥିବା ଯୋଗୀ କହିଛନ୍ତି । ମହାକୁମ୍ଭ ସନାତନ ଧର୍ମର ଆୟୋଜନ ଏହା କୌଣସି ସରକାରର ଆୟୋଜନ ନୁହେଁ । ମହାକୁମ୍ଭକୁ ନେଇ ଅପପ୍ରଚାର ସନାତନ ଧର୍ମର ଅପମାନ ସହ ସମାନ, ଏହାକୁ ନେଇ ରାଜନୀତି ନକରାଯାଉ ବୋଲି କହିଛନ୍ତି ଯୋଗୀ । ତେବେ ମହାକୁମ୍ଭକୁ ମମତା ବାନାର୍ଜୀ ମୃତ୍ୟୁକୁମ୍ଭ କହିଥିବା ବେଳେ ଲାଲୁ ଏହାକୁ ଫାଲତୁ ମେଳା ବୋଲି କହିଥିଲେ । ସଂକ୍ରମିତ ଲୋକଙ୍କ ଚିକିତ୍ସା କରାଯାଇପାରେ ହେଲେ ସଂକ୍ରମିତ ଚିନ୍ତାଧାରାର ଚିକିତ୍ସା ନାହିଁ କହି ବିରୋଧୀଙ୍କୁ ବିଧାନସଭାରୁ ନିଶାନା କରିଛନ୍ତି ଯୋଗୀ ।

Breaking News