Report Card Odisha

| Daily Odia News

ସକାରାତ୍ମକ କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ଚାକିରି କ୍ଷେତ୍ରରେ ସ୍ବାର୍ଥନ୍ବେସୀ ନ ହୋଇ ଜନକଲ୍ୟାଣରେ ନିଜକୁ ନିୟୋଜିତ କରିପାରନ୍ତି। ସକାରାତ୍ମକ କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ। ଶତ୍ରୁତାର ଅବସାନ ଘଟିବ। ଋଣ ମୁକ୍ତ ହେବେ। ସତ୍ୟବାଦୀ ହେବେ।
ବୃଷ: ଅର୍ଥର ଅନ୍ତଃସ୍ରୋତ ନିରନ୍ତର ପ୍ରବାହିତ ହୋଇ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରେ। ଦାମ୍ପତ୍ୟ ଜୀବନରେ ଫୁଲ ଧନୁ ଧରି କମଳ ଦେଶ ରାଜକୁମାର ସାଜିପାରନ୍ତି। ବିଦ୍ୟା ପ୍ରଭାବରେ ନମ୍ର ହେବେ।
ମିଥୁନ: ଧର୍ମୀୟ ବିଚାରରେ ଉଦାର ସ୍ବଭାବସମ୍ପନ୍ନ ହେବେ। ମାତୃସେବା ବ୍ରତ ଆଚରଣ କରିପାରନ୍ତି। ଆତ୍ମୀୟତାର ଗଭୀର ଶ୍ରଦ୍ଧା, ସ୍ନେହ, ସୁହାଗର ଉତ୍ତାଳ ତରଙ୍ଗ କୁଳ ଲଙ୍ଘି ପରିବାରକୁ ସ୍ନେହ ବନ୍ଧନରେ ବାନ୍ଧି ରଖିବ।

କର୍କଟ: ଜୀବନକୁ ସହଜଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କର ରହିଛି। ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମହାକ୍ରମୋ, ମହାକର୍ମା, ମହତେଜା ହୋଇପାରନ୍ତି। ଆତ୍ମ ମୂଲ୍ୟାଙ୍କନ ଦ୍ବାରା ବ୍ୟକ୍ତିତ୍ବର ବିକାଶ ହେବ।
ସିଂହ: ଦାନ ଧର୍ମାନ୍‌, ଶ୍ରୀ ଧର୍ମାନ, ରାଜ ଧର୍ମାନ୍‌ ଓ ଭଗବତ୍‌ ଧର୍ମାନ୍‌ ହୋଇପାରନ୍ତି। ଉପନିଷଦରେ ଅଛି ‘ମାତୃଦେବୋ ଭବ’ ପରିବର୍ତ୍ତେ ‘ଦରିଦ୍ର ଦେବୋଭବ’ ଓ ‘ମୂର୍ଖ ଦେବୋଭବ’ ପ୍ରତି ଧ୍ୟାନ ଦେବେ।

କନ୍ୟା:  ଗୁରୁ-ଗୁରୁଜନଙ୍କ ଆଶୀର୍ବାଦର ସ୍ରୋତରେ ଉବୁଟୁବୁ ହେଉଥିବାବେଳେ ଉପହାର ଦ୍ରବ୍ୟ ଆପଣଙ୍କ ଶ୍ରୀଚନ୍ଦ୍ର ତିଥିକୁ ଅଧିକ ରସାଣିତ କରିପାରେ। ମିଷ୍ଟାନ୍ନ ଦ୍ରବ୍ୟ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ।
ତୁଳା: ସୌନ୍ଦର୍ଯ୍ୟପୂର୍ଣ୍ଣ ଅଭିବ୍ୟକ୍ତି ରୂପକ ସାହିତ୍ୟକୁ ଲୋକଲୋଚନକୁ ଆଣିପାରନ୍ତି। ଏକାନ୍ତ ସାଧନା ପ୍ରାଣ ଶକ୍ତିକୁ ବହୁଗୁଣିତ କରିପାରେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହୋଇପାରନ୍ତି।
ବିଛା: ବଂଶ ପରମ୍ପରାରେ ଅଜନ୍ମା ଜ୍ଞାନୀ ହୋଇପାରନ୍ତି। ଆପଣଙ୍କ ସୃଜନଶୀଳତା ଅନୁଗାମୀଙ୍କୁ ଦିଗ୍‌ଦର୍ଶନ ଦେବ। କର୍ମକ୍ଷେତ୍ରରେ ସଫଳତାର ଶୀର୍ଷକୁ ଉଠିପାରନ୍ତି। ବ୍ୟାବସାୟିକ ସଂସ୍ଥାର ଉନ୍ନତି ଘଟିବ।
ଧନୁ: ମନରେ ଲଗାମ୍‌ ଦେଇ ସମର୍ପିତ ଜୀବନଯାପନ କରିପାରନ୍ତି। କର୍ମକ୍ଷେତ୍ରର ସୁଫଳ ଆପଣଙ୍କୁ ମହନୀୟ ପଦପଦବୀରେ ଆସୀନ କରିପାରେ। ଜ୍ଞାନ ଚକ୍ଷୁର ଜ୍ୟୋତିରେ ଅନୁଗତଙ୍କ ଚଲପଥକୁ ଆଲୋକିତ କରିପାରନ୍ତି।
ମକର: ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ମହତ୍‌ ପ୍ରୟାସୀ ହୋଇପାରନ୍ତି। ଆପଣ ଆହ୍ବାନ୍‌ଗୁଡ଼ିକୁ ଉତ୍କର୍ଷର ଶିଡ଼ିକରି ପାରନ୍ତି। ଦାମ୍ପତ୍ୟ ଜୀବନ ମହତ୍‌ ଆକାଂକ୍ଷା ପ୍ରତି ସଚେତନ ଥିବାର ସୂଚନା ମିଳୁଛି। କୁମ୍ଭ:  ଆପଣ ଅମୃତତ୍ତ୍ବକୁ ଇଚ୍ଛା କରୁଥିବାରୁ ଅନ୍ତର୍ମୁଖୀ ହୋଇ ଆତ୍ମା ଦର୍ଶନ କରିବାକୁ ପଡ଼ିବ। ପ୍ରଥମେ ଉପୁଜିଥିବା ବ୍ୟତିକ୍ରମକୁ ଅତିକ୍ରମ କରିବାକୁ ପଡ଼ିବ। ଅସୂୟା ଭାବକୁ ନ ଡରିବା ବୁଦ୍ଧିମାନ୍‌ର କାର୍ଯ୍ୟ।
ମୀନ: ସମ୍ବେଦନ ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧି ହେବ। ଆଜି ଦିନଟି ଆପଣ ଉଭୟ ଦମ୍ପତିଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କାମନା ଭଳି ଅଦମନୀୟ ଅଗ୍ନିଶିଖାକୁ ନିର୍ବାପିତ କରିପାରନ୍ତି।

Breaking News