Report Card Odisha

| Daily Odia News

ପ୍ରେମ ପାଇଁ ବେକ କାଟିଲେ ଯୁବକ…..

ରିପୋର୍ଟ କାର୍ଡ / ଢେଙ୍କାନାଳ

ପ୍ରେମିକା ହାତ ଛାଡ଼ି ଚାଲିଗଲା ବୋଲି ନିଜ ବେକ କାଟିଲା ପ୍ରେମିକ। ବିଫଳ ପ୍ରେମିକ କେତେବେଳେ ଡାଏଲଗ, ତ କେତେବେଳେ ହୃଦୟସ୍ପର୍ଶୀ ଗୀତର ତାଳେ ତାଳେ ଭିଡିଓ କରି ଫେସବୁକ୍‌ରେ ପୋଷ୍ଟ କଲା। ଏହାପରେ ବ୍ଲେଡରେ ବେକ ଓ ହାତ କାଟି ଦେଲା। ଗୁରୁତର ଅବସ୍ଥାରେ ଏପରି ଜଣେ ପ୍ରେମିକକୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକଜଣକ ହେଲେ କାମାକ୍ଷାନଗର ଥାନା ଗାଲୁକାଟେଣୀ ଗାଁର ସତ୍ୟବ୍ରତ ବେହେରା । ପ୍ରେମରେ ଧୋକା ଖାଇବା ପରେ ସତ୍ୟବ୍ରତ କିଛି ଦିନ ହେବ ମାନସିକ ଅବସାଦ ରହୁଥିଲେ। ଏହାପରେ ସେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି। ଗୁରୁବାର ଦିନଦ୍ୱିପ୍ରହରରେ କାମାକ୍ଷାନଗର ବଜାରକୁ ଯାଇଥିବା ସତ୍ୟବ୍ରତ ହଠାତ ସେଠାରେ ଏକ ବ୍ଲେଡରେ ପ୍ରଥମେ ନିଜ ହାତକୁ କାଟିବା ପରେ ଗଳାକୁ କାଟି ଦେଇଥିଲେ। ଲୋକେ କିଛି ବୁଝିବା ଆଗରୁ ରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଲେ ସତ୍ୟବ୍ରତ । ଉକ୍ତ ସମୟରେ କିଛି ଗାଡ଼ି ନ ମିଳିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଟ୍ରଲି ସାହାଯ୍ୟରେ ସ୍ଥାନୀୟ ଲୋକେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଏବେ ତାଙ୍କ ଅବସ୍ଥା ଭଲ ଥିବା ଜଣାଯାଇଛି।

 

Breaking News