ରିପୋର୍ଟ କାର୍ଡ / କଟକ
ଜଳଲାଗି ପାଇଁ ପାଣି ଉଠାଇବାକୁ ଆସି ଭାସି ଯାଇଛନ୍ତି ଯୁବକ । ନିଜ ସାଙ୍ଗଙ୍କୁ ବଞ୍ଚାଇବାକୁ ଯୁବକଜଣକ ନିଜେ ନଦୀର ସୁଅକୁ ଡେଇଁ ପଡ଼ିଥିଲେ। ସାଙ୍ଗ ବଞ୍ଚି ଯାଇଥିବା ବେଳେ ଗତକାଲିଠୁ ଯୁବକଙ୍କ ପତ୍ତା ମିଳୁନି। ଏପରି ଏକ ଅଭାବନୀୟ ଘଟଣା କଟକ ମହାନଦୀର ଗଡ଼ଗଡିଆ ଘାଟରେ ଘଟିଛି। ନିଖୋଜ ଯୁବକଜଣକ ହେଲେ ଭୁବନେଶ୍ୱର ପଟିଆ ଅଞ୍ଚଳର ସୌମ୍ୟରଞ୍ଜନ ପାତ୍ର । ଗତକାଲି ସୌମ୍ୟଙ୍କ ସହ ପ୍ରାୟ ୧୨ ଜଣ ପାଣି ଉଠାଇବା ନିମନ୍ତେ କଟକ ଗଡ଼ଗଡ଼ିଆ ଘାଟକୁ ଯାଇଥିଲେ। ମାତ୍ର ସେମାନେ ବାରଣ ହୋଇଥିବା ସ୍ଥାନରୁ ପାଣି ଉଠାଇବାକୁ ଯାଇଥିଲେ। ଉକ୍ତ ସମୟରେ ସୌମ୍ୟଙ୍କ ଜଣେ ସାଙ୍ଗ ନଦୀରେ ଭାସିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ସୌମ୍ୟ ବି ନଦୀର ସୁଅ ମୁହଁକୁ ଡେଇଁ ପଡ଼ିଥିଲେ।କଟକ ମହାନଦୀର ଗଡ଼ଗଡିଆ ଘାଟରେ ଗତକାଲି ଭାସି ଯାଇ ନିଖୋଜ ହୋଇ ଯାଇଥିବା ଜଣେ କାଉଡିଆଙ୍କ ପତ୍ତା ମିଳୁନି। ପାଣି ଉଠାଇବା ସମୟରେ ରବିବାର ସନ୍ଧ୍ୟାରେ ଜଣେ କାଉଡ଼ିଆ ପାଣିରେ ଭାସି ନିଖୋଜ ହୋଇଯାଇଥିବା ବେଳେ ଆଜି ଯାଏ ତାଙ୍କ ପତ୍ତା ମିଳିନି। ନିଖୋଜ ଯୁବକ ଜଣକ ଭୁବନେଶ୍ୱର ପଟିଆ ଅଞ୍ଚଳର ସୌମ୍ୟରଞ୍ଜନ ପାତ୍ର ବୋଲି ଜଣାପଡିଛି। ଗତକାଲି ସାଙ୍ଗମାନଙ୍କ ସହ ମିଶି ସୌମ୍ୟରଞ୍ଜନ ଗଡ଼ଗଡିଆ ଘାଟକୁ ଜଳଲାଗି ପାଇଁ ପାଣି ଉଠାଇବାକୁ ଆସିଥିଲେ। ନିଜର ଅନ୍ୟଜଣେ ବନ୍ଧୁ ନଦୀରେ ଭାସିଯାଉଥିବା ଦେଖି ସୌମ୍ୟ ନଦୀକୁ ଡେଇଁପଡିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ମତ୍ସ୍ୟଜୀବୀ ସୌମ୍ୟଙ୍କ ବନ୍ଧୁ ଜ୍ୟୋତିଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସୌମ୍ୟଙ୍କୁ ଉଦ୍ଧାର କରିପାରିନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ସୌମ୍ୟରଞ୍ଜନଙ୍କ ପତ୍ତା ମିଳିନଥିବା ଜଣାପଡିଛି। ଉଦ୍ଧାର କାର୍ଯ୍ୟରେ ପ୍ରାୟ ୨,୩ ଘଣ୍ଟା ବିଳମ୍ବ ହେବାରୁ ଓ ପ୍ରଥମେ ପୋଲିସ ଏହାକୁ ଗୁରୁତ୍ୱ ନ ଦେବାରୁ ସୌମ୍ୟଙ୍କ ପତ୍ତା ମିଳି ପାରୁନି ବୋଲି ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।ଏନେଇ ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି, ଗତକାଲି ସୂଚନା ପାଇବା ପରେ ତୁରନ୍ତ ଆମେ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲୁ। ରାତି ସାଢେ ୧୦ ପର୍ଯ୍ୟନ୍ତ ଖୋଜାଖୋଜି ଚାଲିଥିଲା। ଏହାପରେ ଆଜି ସକାଳ ସାଡେ ୬ଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଅଗ୍ନିଶମ ବିଭାଗର ୨ ଟିମ୍ ଓ ଓଡ୍ରାଫର ଗୋଟିଏ ଟିମ୍ ରେସକ୍ୟୁ ଅପରେସନରେ ସାମିଲ ହୋଇଛନ୍ତି ବୋଲି ସେ କହିଛନ୍ତି।
More Stories
ଜାକିର ହୁସେନଙ୍କ ପରଲୋକରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ…..
ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ବାଧୀକାର ଭଙ୍ଗ ନୋଟିସ, ଇତିହାସରେ କଳଙ୍କିତ ଅଧ୍ୟାୟ……
ଦିଲ୍ଲୀରେ ୩ ଛାତ୍ରଙ୍କ ମୃତ୍ୟୁ ନେଇ ତମ୍ବିତୋଫାନ: ତଦନ୍ତ ଜାରି, ମାଲିକ ଗିରଫ……