Report Card Odisha

| Daily Odia News

ଅଶାନ୍ତ ପୁରୀ :ପ୍ରଥମେ ଗୁଳିମାଡ଼ ପରେ ଛୁରା ମାଡ଼…..

ରିପୋର୍ଟ କାର୍ଡ / ପୁରୀ

ପୁଣି ଅଶାନ୍ତ ହୋଇପଡିଛି ପୁରୀ ସହର। କେତେବେଳେ ଗୁଳିମାଡ଼ ତ ଆଉ କେତେବେଳ ଛୁରା ମାଡ଼ | ଗତକାଲି ରାତିରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି | ଯୁବକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ମୃତକଙ୍କ ନାଁ ଶିବରାମ ପାତ୍ର। ତାଙ୍କ ଘର ସହରର ତଳୁଚ୍ଛସାହିରେ। ସେ ଜଣେ ବ୍ୟବସାୟୀ ଥିଲେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାରେ ଚନ୍ଦନ ବାରିକ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାରୁ ଏହି ଗୁଳିମାଡ଼ ହୋଇଥିବା ପୁରୀ ଏସ୍‌ପି ସୂଚନା ଦେଇଛନ୍ତି। ଅଟକ ବ୍ୟକ୍ତିକୁ ପଚରାଉଚରା କରାଯାଉଥିବା ସେ କହିଛନ୍ତି। ପୁରୀ ଏମାର ମଠ ନିକଟ କାକୁଡ଼ିଖାଇ ଛକରେ ଏହି ଘଟଣା ଘଟିଛି। ଚନ୍ଦନ ଓ ଅନ୍ୟ ଜଣେ ବ୍ୟକ୍ତି ଶିବରାମଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଚନ୍ଦନ ହିଁ ଗୁଳି ଚଳାଇଥିଲା ବୋଲି କୁହାଯାଉଛି। ଘଟଣାସ୍ଥଳରେ ହିଁ ଶିବରାମଙ୍କ ମୃତ୍ୟୁ ଘଟିଥିଲା। ଶିବରାମ ତାଙ୍କ ବାଇକ୍‌ରେ ବଡ଼ଦାଣ୍ଡ ଆଡ଼କୁ ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳି କରାଯାଇଥିଲା। ତାଙ୍କ ମୁଣ୍ଡରେ ଦୁଇଟି ଗୁଳି ବାଜିଛି। ତାଙ୍କର ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ପୁରୀ ମାଉସୀମା ମନ୍ଦିର ସମ୍ମୁଖରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଆହତ ଯୁବକ ଜଣଙ୍କ ହେଲେ ଲୋକନାଥ ରୋଡ ଷଣ୍ଢ ଯାଗା ଅଞ୍ଚଳର ସୂର୍ଯ୍ୟନାରାୟଣ ତ୍ରିପାଠୀ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚାରାଉଚରା କରୁଛି। ଗତକାଲି ସୂର୍ଯ୍ୟନାରାୟଣ ମାଉସୀମା ମନ୍ଦିର ସମ୍ମୁଖରେ ଠିଆ ହୋଇଥିବା ବେଳେ ହଠାତ୍ ଦୁର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଥିଲେ।ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଛୁରାମାଡ଼ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Breaking News