ରିପୋର୍ଟ କାର୍ଡ / ଖୋର୍ଦ୍ଧା
ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ଏହି ଘଟଣାରେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଏପରି ଘଟଣା ରାଜଧାନୀ ଭୁବନେଶ୍ୱରଠାରୁ ଅଳ୍ପ ଦୂର ବାଘମାରି ଥାନା ଅଞ୍ଚଳରେ ଘଟିଛି। ଗତ ମଙ୍ଗଳବାର ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ସାରି ୪ର୍ଥ ଶ୍ରେଣୀ ଛାତ୍ରୀ ଜଣକ ଖେଳୁଥିଲେ। ଠିକ୍ ସେହି ସମୟରେ ଚକ୍ଲେଟ ଦେବାର ବାହାନା କରି ଛାତ୍ରୀଙ୍କୁ ଡାକିଥିଲା ପୋଡାଡିହ ଗାଁର ଜଣେ ଯୁବକ। ଛାତ୍ରୀ ଜଣକ ଆସିବା ପରେ ତା’ ମୁହଁରେ ପଟି ବାନ୍ଧି ନିଜ ଘରକୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତେବେ ଛାତ୍ରୀ ଜଣକ ଚିତ୍କାର କରିବାରୁ ସେ ଛାଡି ଦେଇଥିଲେ। ପରେ ଛାତ୍ରୀ ଜଣକ ନିଜ ମାଆଙ୍କୁ ପୂରା ଘଟଣା କହିଥିଲେ। ବୁଧବାର ଛାତ୍ରୀଙ୍କ ମାଆ ସ୍କୁଲରେ ଅଭିଯୋଗ କରିଥିଲେ। ପ୍ରଧାନଶିକ୍ଷୟିତ୍ରୀ ଛୁଟିରେ ଥିବାରୁ ଗୁରୁବାର ଆସିବାକୁ କୁହାଯାଇଥିଲା। ଆଜି ଏନେଇ ବାଘମାରି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ବାଘମାରି ଥାନା ପୁଲିସ ଛାତ୍ରୀଙ୍କ ବୟାନ ରେକର୍ଡ କରିବା ସହ ଘଟଣା ସ୍ଥଳ ପରିଦର୍ଶନ କରିଛି। ଏପରିକି ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..