ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ସ୍ଥିତ ଏୟାରପୋର୍ଟ ଥାନା ଅଞ୍ଚଳରେ। ମୃତ ଯୁବକ ଜଣଙ୍କ ହେଲେ ସୁମନ୍ତ ପଣ୍ଡା (୩୬)। ଗତକାଲି ସନ୍ଧ୍ୟାରେ ସୁମନ୍ତଙ୍କୁ ନିଶାନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆଜି ଭୋର ୪ ସମୟରେ ନିଶା ନିବାରଣର କର୍ମଚାରୀମାନେ ସୁମନ୍ତଙ୍କ ମୃତଦେହ କ୍ୟାପିଟାଲ ହସପିଟାଲରେ ରଖି ପଳାଇ ଯାଇଥିଲେ। ସୁମନ୍ତଙ୍କର ମୃତ୍ୟୁ ଘଟିଥିବା ମେଡିକାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ମେଡିକାଲରେ ପହଞ୍ଚି ସୁମନ୍ତଙ୍କ ମୃତଦେହ ବେଡ୍ରେ ପଡ଼ିଥିବା ଦେଖିଥିଲେ। ହେଲେ କେହି ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ସେଠାରେ ଉପସ୍ଥିତ ନଥିଲେ। ସୁମନ୍ତଙ୍କ ଶୀରରରେ ବିଭିନ୍ନ ସ୍ଥାନରେ କ୍ଷିତ ଚିହ୍ନ ରହିଥିଲ। ସୁମନ୍ତଙ୍କୁ ପିଟିପିଟି ହତ୍ୟା କରଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।






More Stories
ଜମ୍ମୁ କାଶ୍ମୀରରେ ଭୂକମ୍ପ…..
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..
ଏମିତି ବଜେଟ୍ କେବେ ଦେଖିନି……