ରିପୋର୍ଟ କାର୍ଡ / ଯାଜପୁର
ଧାନମଣ୍ଡଳ ଫାଣ୍ଡି ହାଜତରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ମାହାଙ୍ଗା ଥାନା ସିଂଧୁପୁର ଅଞ୍ଚଳର ଇଶ୍ଵର ସେଠୀ । ଗତକାଲି ଇଶ୍ୱରଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରାଯାଇ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଇଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ- ଇଶ୍ୱରଙ୍କର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ସେହି ଯୁବତୀଙ୍କ ଅଶ୍ଳୀଳ ଫଟୋ ସେ ଭାଇରାଲ କରିଦେବ ବୋଲି ବ୍ଲାକମେଲିଂ କରୁଥିଲେ। ଏନେଇ ଯୁବତୀଙ୍କ ପରିବାର ଲୋକେ ବଣଚଣା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମଙ୍ଗଳବାର ଇଶ୍ୱରଙ୍କୁ ଗିରଫ କରି ଥାନାରେ ହାଜତରେ ରଖିଥିଲେ।






More Stories
ଆଜି ପୂର୍ବାଞ୍ଚଳ କୃଷି ସମ୍ମିଳନୀ……
ରୁପା ଆମଦାନୀ ଉପରେ କଟକଣା……
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..