ରିପୋର୍ଟ କାର୍ଡ / ସମ୍ବଲପୁର
ନିଖୋଜ ଥିବା ଯୁବକଙ୍କର ଆଜି ମୃତଦେହ ଉଦ୍ଧାର ହୋଇଛି । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାର କ୍ଷେତରାଜପୁର ଥାନା ଅନ୍ତର୍ଗତ ମଝିପଡ଼ାରେ। ମୃତ ଯୁବକ ଜଣଙ୍କ ହେଲେ ସୁବିନ୍ଦ କୁଅଁର। ତାଙ୍କ ଘର ଘେନୁ ପାଲି ଗାଁରେ। ଗତ ମଙ୍ଗଳବାର ଦିନ ସୁବିନ୍ଦ ମଝିପଡ଼ାକୁ ଯାଇଥିଲେ। ତା’ପରେ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକ ତାଙ୍କୁ ବହୁତ ଖୋଜାଖୋଜି କରିଥି ପାଇ ନଥିଲେ। ସୁବିନ୍ଦଙ୍କୁ ସଂଘବନ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଗତକାଲି ପରିବାର ଲୋକେ କ୍ଷେତରାଜପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପରିବାର ଲୋକେ ଥାନା ମଧ୍ୟ ଘେରାଓ କରିଥିଲେ। ପୋଲିସ ୨ ଜଣଙ୍କ ଅଟକ ରଖି ସେମାନଙ୍କୁ ପଚରାଉଚରା କରିଥିଲା। ସେମାନଙ୍କ ବୟାନ ଆଧାରରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା। ଆଜି ସକାଳେ ବୁର୍ଲା ପାଓ୍ୱାର ଚ୍ୟାନେଲର ଅଠର ହଜାର ନିକଟରୁ ସୁବିନ୍ଦଙ୍କ ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ମିଳିଥିଲା। ପରକୀୟା ପ୍ରୀତିକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସମ୍ବଲପୁର ଏସ୍ପି ସୂଚନା ଦେଇଛନ୍ତି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..