ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଋଷ -ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୦ ଦିନରେ ପହଂଚିଛି | ୟୁକ୍ରେନ ରାଜଧାନୀ କିଭ ଉପରେ ଋଷର ସୈନିକମାନେ ଆକ୍ରମଣ ଜୋରଦାର କରିଛନ୍ତି। ଏହି ଆକ୍ରମଣରୁ ରକ୍ଷା ପାଇବା ପାଇଁ ସାଧାରଣ ନାଗରିକମାନେ ବଙ୍କର ଭିତରେ ଲୁଚିଥିବାବେଳେ ଏକ ବଡ ଖବର ସାମ୍ନାକୁ ଆସିଛି | ବାହାର ଦେଶରେ ଥିବା ୟୁକ୍ରେନୀୟମାନେ ଋଷ ସହ ଲଢେଇ ପାଇଁ ବିଦେଶରୁ ଫେରୁଛନ୍ତି। ପାଖାପାଖି ୬୬ ହଜାର ଲୋକ ନିଜ ଦେଶକୁ ଫେରୁଥିବାର ଖବର ଆସିଛି | ୟୁକ୍ରେନୀୟମାନେ ଋଷର ସୈନିକମାନଙ୍କ ସହ ମୁହାଁମୁହିଁ ଲଢେଇ ପାଇଁ ଏବେ ବିଦେଶରୁ ଫେରୁଛନ୍ତି। ରିପୋର୍ଟ ଅନୁଯାୟୀ, ଋଷର ଆକ୍ରମଣ ହେତୁ ବିଦେଶ ଯାଇଥିବା ୟୁକ୍ରେନୀୟମାନେ ଏବେ ନିଜ ଦେଶକୁ ଫେରୁଛନ୍ତି। ସେମାନଙ୍କ ସଂଖ୍ୟା ୬୬ ହଜାରରୁ ଅଧିକ ବୋଲି କୁହାଯାଉଥିବାବେଳେ ସେମାନଙ୍କର ଉଦ୍ଦେଶ୍ୟ ହେଉଛି ଯେ ନିଜ ଦେଶକୁ ସୁରକ୍ଷା ଦେବା ପାଇଁ ଋଷ ସୈନିକମାନଙ୍କ ସହିତ ଯୁଦ୍ଧ କରିବେ |ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ୟୁକ୍ରେନ ସରକାର ସାଧାରଣ ଲୋକଙ୍କୁ ଅନେକ ଥର ଯୁଦ୍ଧକୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି। ଏଥିପାଇଁ ସରକାର ସାଧାରଣ ୟୁକ୍ରେନୀୟମାନଙ୍କ ପାଇଁ ସେନା ନିଯୁକ୍ତିରେ ବୟସ ସୀମା ହଟାଇ ଦେଇଛନ୍ତି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……