Report Card Odisha

| Daily Odia News

ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ବିଜୟୀ…..

ରିପୋର୍ଟ କାର୍ଡ / କେନ୍ଦୁଝର

କେନ୍ଦୁଝର ଜିଲ୍ଲା ଘଟଗାଁ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ବିଜୟୀ ହୋଇଛି । ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡିର ରଣଜିତ ନାୟକ ବିଜୟ ହୋଇଛନ୍ତି । ବିଜେପିର ମହେଶ୍ୱର ନାୟକଙ୍କୁ ରଣଜିତ ୧୮,୨୪୦ ଭୋଟ୍ ରେ ପରାସ୍ତକରି ବିଜୟୀ ହୋଇଥିବା ସୂଚନା ମିଳିଛି | ମହେଶ୍ୱରଙ୍କୁ ମାତ୍ର ୫୧୨୨ ଖଣ୍ଡ ଭୋଟ ମିଳିଛି । ତେବେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ୮ ନମ୍ବର ଜୋନରେ ଜିଲ୍ଲା ପରିଷଦ ଉପନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ଏଥିରେ ବିଜେଡି ପ୍ରାର୍ଥୀ ରଣଜୀତ ନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୧୩ ହଜାର ୧୧୮ ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ରଣଜୀତ ନାୟକ ୧୮ ହଜାର ୨୪୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମହେଶ୍ୱର ନାୟକ ୫ ହଜାର ୧୨୨ ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ଦୟାନିଧି ନାୟକ ୬୦୭ ଖଣ୍ଡ ଭୋଟ ପାଇଛନ୍ତି। ଏଥିରେ ମୋଟ ୬୭୦ ଖଣ୍ଡ ଭୋଟ ନାକଚ ଯାଇଛି।

Breaking News