Report Card Odisha

| Daily Odia News

ଆଜି ନାମାଙ୍କନ ଭରିବେ ହେଭିଓ୍ବେଟ୍ ନେତା ପ୍ରାର୍ଥିପତ୍ର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଲୋକସଭା ନିର୍ବାଚନ ପାଇଁ ଆଜି ୪ ହେଭିଓ୍ବେଟ୍ ନେତା ପ୍ରାର୍ଥିପତ୍ର ଦାଖଲ କରିବେ। ପୁରୀରୁ ବିଜେଡି ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ ନାମାଙ୍କନ ଭରିବେ । ସେହିପରି ଭୁବନେଶ୍ୱର ଲୋକସଭା ଆସନରୁ ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ନାମାଙ୍କନ ଦାଖଲ କରିବେ। ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରି ମନ୍ମଥ ନାମାଙ୍କନ ଭରିବାକୁ ଯାଇଛନ୍ତି। ସେପଟେ ସମ୍ବଲପୁର ଲୋକସଭା ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ମା ସମଲେଶ୍ଵରୀଙ୍କୁ ଦର୍ଶନ କରିବା ପରେ ନାମାଙ୍କନ ଭରିବାକୁ ଯିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ କନ୍ଧମାଳରୁ ଆଜି ନାମାଙ୍କନ ଭରିବେ ବିଜେଡି ଲୋକସଭା ପ୍ରାର୍ଥୀ ଡ.ଅଚ୍ୟୁତ ସାମନ୍ତ।

Breaking News