ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକରେ ଏକ ପ୍ରଚାର ଅଭିଯାନ ସମୟରେ ରାହୁଲ ଏକ ପ୍ରଶ୍ନର ଉତ୍ତର ଦେଇ ସଭିଙ୍କ ମନ ଜିଣି ନେଇଛନ୍ତି। ୫୩ ବର୍ଷୀୟ ରାଜନେତା ସବୁବେଳେ “କାହିଁକି ଧଳା ଟି-ସାର୍ଟ” ପନ୍ଧନ୍ତି ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ରାହୁଲ ନିଜ ପକେଟ ଉପରେ ହାତ ରଖି ତାଙ୍କ ସରଳ ଓ ନିରାଡ଼ମ୍ବର ଜୀବନ ଜୀବନଯାପନ କରିବାକୁ ଭଲ ଲାଗେ ବୋଲି କହିଛନ୍ତି। କଂଗ୍ରେସ ନେତା କହିଛନ୍ତି ଯେ “ସ୍ୱଚ୍ଛତା ଏବଂ ସରଳତା ମୋର ପସନ୍ଦ ଏବଂ ମୁଁ ପୋଷାକ ପ୍ରତି ଅଧିକ ଗୁରୁତ୍ୱ ଦେଉ ନାହିଁ। ମୁଁ ସରଳ ପୋଷାକ ପରିଧାନ କରିବାକୁ ପସନ୍ଦ କରେ।” ଏକ ସାକ୍ଷାତ୍କାରେ ରାପିଡ୍ ଫାୟାର୍ ରାଉଣ୍ଡରେ ପଚରା ଯାଇଥିବା ଏହି ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧୀ ଏପରି କହିଛନ୍ତି।






More Stories
କେରଳରେ ଭୂସ୍ଖଳନ,୨ ମୃତ…..
ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ବିତାଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ……
ଅଗ୍ନିବୀର ନିଯୁକ୍ତି ପାଇଁ ଆସୁଛି ନୂଆ ନିୟମ…..