ରିପୋର୍ଟ କାର୍ଡ / ପୁରୀ
ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି କର୍ମୀ। ଉଭୟଙ୍କ ଭିତରେ ହେଲା ଠେଲାପେଲା। ଆଉ ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ମୋଦି ମୋଦି ଓ ନବୀନ ନବୀନ ନାରାରେ କମ୍ପିଲା ପୁରୀ ଜିଲ୍ଲାପାଳଙ୍କ କ୍ୟାମ୍ପସ୍। ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପୁରୀ ଏସ୍ପି ପହଞ୍ଚି ଉଭୟ ପକ୍ଷଙ୍କୁ ଗଣ୍ଡଗୋଳରୁ ନିବର୍ତ୍ତଇଥିଲେ। ସୁରକ୍ଷା ଦୃଷ୍ଟିରୁ ୫ ପ୍ଲାଟୁନ୍ ପୋଲିସ ଫୋନ୍ ମୁତୟନ କରାଯାଇଥିଲା।ଆଜି ଅପରାହ୍ନରେ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଦାଖଲ କରିବା ପାଇଁ ଆସିଥିଲେ। ସାଥୀରେ ଥିଲେ ନିଜ ସମର୍ଥକ। ଶ୍ରୀ ପାତ୍ର ଜିଲ୍ଲାପାଳଙ୍କ ପାଖରେ ନିଜର ନାମାଙ୍କନ ପତ୍ର ଦାଖଲ କରୁଥିଲେ। ଆଉ ନିଜ ସମର୍ଥକ ବାହାରେ ଛିଡ଼ା ହୋଇଥିଲେ। ଠିକ୍ ସେହି ସମୟରେ ନିଜ ସମର୍ଥକଙ୍କୁ ଧରି ଜିଲ୍ଲାପାଳଙ୍କ ଅଫିସ୍ କ୍ୟାମ୍ପସରେ ପଶିଥିଲେ ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା। ସେ ପୁରୀ ଏଡିଏମ୍ଙ୍କ ଅଫିସ୍ରେ ନାମାଙ୍କନପତ୍ର ଦାଖଲ କରିଥିଲେ।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….