Report Card Odisha

| Daily Odia News

ନିର୍ବାଚନୀ ବଣ୍ଡ କୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅସାମ୍ବିଧାନିକ ବିବେଚିତ ହୋଇଥିବା ନିର୍ବାଚନୀ ବଣ୍ଡକୁ ନେଇ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜନୀତିକ ଦଳଗୁଡ଼ିକୁ ଚାନ୍ଦା ଦେବାକୁ ୨୦୧୭ରେ ଲାଗୁ ହୋଇଥିବା ନିର୍ବାଚନୀ ବଣ୍ଡକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଥିଲେ। ଏହାକୁ ନେଇ ବିରୋଧୀ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ତେବେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବଡ଼ କଥା କହିଛନ୍ତି। ନିର୍ବାଚନୀ ବଣ୍ଡ ଉଚ୍ଛେଦ ହେବାରୁ ଯେଉଁମାନେ ଆଜି ନାଚୁଛନ୍ତି ଓ ଏହାର ଶ୍ରେୟ ନେବାକୁ ଉଦ୍ୟମ କରୁଛନ୍ତି, ସେମାନେ ଖୁବଶୀଘ୍ର ଏନେଇ ଅନୁତାପ କରିବେ ବୋଲି ସେ କହିଛନ୍ତି।

Breaking News