ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଳିତ ଲୋକସଭା ଅଧିବେଶନରେ ପେଟ୍ରୋଲ୍ ଏବଂ ଡିଜେଲ୍ର ଦର ବୃଦ୍ଧିକୁ ନେଇ କଂଗ୍ରେସ, ୱାଇଏସ୍ଆର୍, ଜେଡିୟୁ ସହିତ ଦିଲ୍ଲୀର କିଛି ସଦସ୍ୟ ସଂସଦର ପ୍ରଶ୍ନକାଳ ସମୟରେ ସରକାରଙ୍କୁ ସ୍ପଷ୍ଟୀ କରଣ ମାଗିଥିଲେ। ସଂସଦମାନେ ଏଥିରେ ପଚାରି ଥିଲେ ଯେ, ଏହି ପଦାର୍ଥର ମୁଲ୍ୟକୁ ହ୍ରାସ କରିବା ପାଇଁ ସରକାର କୌଣସି ପଦକ୍ଷେପ ନେଇଛନ୍ତି କି ? ଏହି ପଦାର୍ଥକୁ ସରକାର ଜିଏସ୍ଟି ପରିସର ଭୁକ୍ତ କରାଇବେ କି ? ଏହାର ଉତ୍ତର ରଖିବାକୁ ଯାଇ ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର୍ କହଛନ୍ତି ଯେ, ପେଟ୍ରୋଲ୍-ଡିଜେଲ୍ ଭଳି ପେଟ୍ରୋଲିୟମ୍ ପଦାର୍ଥ ଉପରେ କିଛି ଟ୍ୟାକ୍ସ ରାଜ୍ୟ ସରକାର ଏବଂ କିଛି ଟ୍ୟାକ୍ସ କେନ୍ଦ୍ର ସରକାର ଲଗାଉଛନ୍ତି । ତେଣୁ ରାଜ୍ୟ ସରକାର ଏଥିପାଇଁ ବାଚାର କରୁଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଏହି ଦିଗରେ ବାଚାର କରୁଛନ୍ତି ବୋଲି ସେ କହିଛନ୍ତି । ଏଥିସହିତ ଜିଏସଟି ଅଧୀନରେ ଏହି ପଦାର୍ଥକୁ ଆଣିବାକୁ ନେଇ ସେ କହିଛନ୍ତି ଯେ, ଜିଏସ୍ଟି ଲାଗୁ ହେବା ପୂର୍ବରୁ ଏନେଇ ବିଚାର କରାଯାଇଥିଲା । କେନ୍ଦ୍ର ଏବଂ ରାଜ୍ୟ ଯେତେବେଳେ ଚାହିଁବେ ମିଳିତ ଭାବେ ନିଷ୍ପତ୍ତି ନେଇ ପାରିବେ ଏବଂ କେବେ ଏହାକୁ ଜିଏସ୍ଟି ଅନ୍ତର୍ଭୁକ୍ତ କରାଯିବ ସେ ନେଇ ଧାର୍ଯ୍ୟ କରିପାରିବେ ବୋଲି ଜିଏସ୍ଟି କମିଟିରେ କୁହାଯାଇଥିଲା ସେ ବିରୋଧୀଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଥିବା ଜଣାପଡ଼ିଛି ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……