Report Card Odisha

| Daily Odia News

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି…..

ରିପୋର୍ଟ କାର୍ଡ / କେନ୍ଦ୍ରାପଡ଼ା

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଚକବନ୍ଦୀ କମିସନର ଅଫିସର ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି | ଜମିଜମା ମାମଲାର ସମାଧାନ ଲାଗି ଜଣେ ମହିଳାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳେ ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି କେନ୍ଦ୍ରାପଡ଼ା ବ୍ଲକ୍ ଶ୍ୟାମସୁନ୍ଦରପୁରର ଗାୟତ୍ରୀ ମିଶ୍ରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ପୂର୍ବ ଯୋଜନା ମୁତାବକ ଆଗରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଜିତେନ୍ଦ୍ରଙ୍କୁ ମାଡ଼ିବସିଥିଲା। ତାଙ୍କଠାରୁ ୧୦ ହଜାର ଟଙ୍କା ବି ଜବତ କରାଯାଇଛି। ଏହାପରେ ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତିଙ୍କୁ ଗିରଫ କରିଛି ଭିଜିଲାନ୍ସ।

Breaking News