ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ଵର ବିମାନ ବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ। ଦୁଇ ଜଣ ବ୍ୟକ୍ତିଙ୍କଠାରୁ ଏହି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଜଣେ ବ୍ୟକ୍ତି ଦିଲ୍ଲୀରୁ ଆସୁଥିବା ବେଳେ ଆଉ ଜଣେ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିଲେ। ବିମାନ ବନ୍ଦରରେ ଲଗେଜେ ସ୍କାନିଂ ବେଳେ ବ୍ୟାଗରେ ଟଙ୍କା ଥିବା ଜଣାପଡିଥିଲ॥ ପୁଲିସ ଦୁଇଟି ଲଗେଜରୁ ୭୫ଲକ୍ଷ ଟଙ୍କା ନଗଦ ଜବତ କରିଛି। କେଉଁଥି ପାଇଁ ଏତେ ଟଙ୍କା ଆସିଥିଲା। ଟଙ୍କା ଜବତ ହେବା ପରେ ଆୟକର ବିଭାଗ ତଦନ୍ତ ଜାରି ରଖିଛି।






More Stories
ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ…..
ଓଡିଶା ଆସିବେ ରାଷ୍ଟ୍ରପତି !…..
ଦୁର୍ବଳ ହେବ ଲଘୁଚାପ:ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..