ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନ କମିସନଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ | କହିଛନ୍ତି କାହିଁକି ଦିଆଯାଇପାରିବନି ଭିଭିପାଟ୍ ସ୍ଲିପ୍ । ଉତ୍ତର ରଖି ନିର୍ବାଚନ କମିସନ କହିଛନ୍ତି, ‘‘ଭିଭିପାଟ୍ ସ୍ଲିପ୍ ଦେବାରେ ବହୁତ ବଡ଼ ଅସୁବିଧା ରହିଛି । ଏହା ଦ୍ୱାରା ଭୋଟରଙ୍କ ଗୋପନୀୟତାର ସୁରକ୍ଷା ପାଇଁ ହୋଇଛି ଏଭଳି ବ୍ୟବସ୍ଥା। ସ୍ଲିପ୍ ଦିଆଗଲେ ବୁଥ୍ ବାହାରେ ଏହାର ଅପବ୍ୟବହାର ହୋଇପାରେ। ତେବେ ୫ ଘଣ୍ଟାର ଶୁଣାଣି ପରେ ରାୟ ସରଂକ୍ଷିତ ରଖିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ଦୀପଙ୍କର ଦତ୍ତ ଖଣ୍ଡପୀଠ। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ରେ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ସ୍ଲିପ୍କୁ ନେଇ ସୁପ୍ରିମ୍କୋର୍ଟରେ ଗତକାଲି ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଛି। ୫ ଘଣ୍ଟାର ଶୁଣାଣି ପରେ ଏହି ମାମଲାର ରାୟ ସଂରକ୍ଷିତ ରଖାଯାଇଛି। ଭିଭିପିଏଟି ସ୍ଲିପ୍କୁ ନେଇ ଶୁଣାଣି ସମୟରେ ଏହା ବିରୋଧରେ ଯେଉଁଭଳି ଯୁକ୍ତି ରଖାଯାଇଛି ସେଥିପାଇଁ ଆମେ ବ୍ୟଥିତ ବୋଲି ନିର୍ବାଚନ କମିସନ ସୁପ୍ରିମ୍କୋର୍ଟଙ୍କୁ ଜଣାଇଛନ୍ତି। ନିର୍ବାଚନ ପ୍ରସ୍ତୁତି ପାଇଁ ଗତ ୩ ବର୍ଷ ଧରି କଠିନ ପରିଶ୍ରମ କରିବାକୁ ପଡ଼ିଛି ବୋଲି ନିର୍ବାଚନ ଆୟୋଗ କହିଛି। ଇଭିଏମ ଭିଭିପାଟ୍ ଯାଞ୍ଚ ମାମଲାରେ ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..