ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପକେଟ୍ମାର ଓ ଅଶୁଭ ବ୍ୟକ୍ତି କହିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମହଙ୍ଗା ପଡ଼ିଛି। ନିର୍ବାଚନ କମିସନ ଏ ସଂକ୍ରାନ୍ତ ଅଭିଯୋଗ ଆଧାରରେ ରାହୁଲ ଗାନ୍ଧିଙ୍କୁ ନୋଟିସ୍ କରିଛନ୍ତି ଏବଂ ଶନିବାର ସୁଦ୍ଧା ଜବାବ ଦାଖଲ କରିବାକୁ କହିଛନ୍ତି। ନିର୍ବାଚନ କମିସନ କଂଗ୍ରେସ ନେତାଙ୍କ ଜବାବରେ ସନ୍ତୁଷ୍ଟ ନହେଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିପାରନ୍ତି। ରାହୁଲ ଗାନ୍ଧି ଏକ ଜନସଭାରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କ ପକେଟ୍ କାଟି ବଡ଼ ବ୍ୟବସାୟୀଙ୍କ ଋଣ ଛାଡ଼ କରୁଛନ୍ତି ଏବଂ ଦେଶପାଇଁ ସେ ଅଶୁଭ। ରାହୁଲ ବିଭିନ୍ନ ରୢାଲିରେ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ‘ପକେଟ୍ମାର’ କହିଥିବାରୁ ବିଜେପି ଏହା ବିରୋଧରେ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଥିଲା।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……