Report Card Odisha

| Daily Odia News

ଗୁଗୁଲ ପ୍ଲେ -ଷ୍ଟୋରରେ ବୁଲୁଛି ୮ଟି ବିପଦପୁର୍ଣ୍ଣ ଆପ, ସଫା ହୋଇଯିବ ବ୍ୟାଙ୍କ ବାଲାନ୍ସ ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଗକୁ ପଛକୁ ଚିନ୍ତା ନକରି ୟାଡୁ ସ୍ୟାଡୁ ଆପ ଇନ୍ଷ୍ଟଲ କରିବାଜେ କେତେ ଭୟଙ୍କର, ତାହା ଅନେକେ ହୃଦୟଙ୍ଗମ କରିନଥିବେ | ଗବେଷକମାନେ ଇତି ମଧ୍ୟରେ ଆଣ୍ଡ୍ରଏଡ଼ ୟୁଜର୍ମାନଙ୍କ ପାଇଁ ଏକ ବଡ ଚେତାବନୀ ଦେଇଛନ୍ତି | ଏମାନଙ୍କ କହିବାଅନୁଯାୟୀ, ଗୁଗୁଲ ପ୍ଲେ- ଷ୍ଟୋରରେ ଏଭଳି ୮ଟି ଭୟଙ୍କର ଆପ ରହିଛି , ଯେଉଁଗୁଡିକ ୟୁଜରଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡିକୁ ଖାଲି କରିଦେଇପାରନ୍ତି | ଭୁଲବଶତଃ ଯଦି କେହି ଏ ଆପ ଗୁଡିକୁ ଇନ୍ଷ୍ଟଲ କରନ୍ତି ତାହେଲେ ସବୁ ଶେଷ | ଏହି ଅପଗୁଡ଼ିକ ଟୁ-ୱେ ଅଥେଣ୍ଟିକେସନକୁ ବି ଏଡାଇ ପରିବାରେ ସକ୍ଷମ | ଗବେଷକଙ୍କ କହିବା ଅନୁସାରେ ଯଦି ୟୁଜରଙ୍କ ଫୋନରେ ଏହି ଆପଗୁଡିକ ଇନ୍ଷ୍ଟଲ ରହିଛି , ତା ହେଲେ ସେଗୁଡିକୁ ତୁରନ୍ତ ଡିଲିଟ କରିଦିଅନ୍ତୁ | ଚେକ ପଏଣ୍ଟ ରିସର୍ଚ୍ଚ ଏହାର ରିପୋର୍ଟରେ ଏଭଳି ସୂଚନା ଦେଇଛି | ରିପୋର୍ଟରେ ଏକ ମାଲୱେର ତ୍ରପର ବିଷୟରେ ଉଲ୍ଲେଖ କରାଯାଇଛି | ଏହାକୁ କ୍ସାଷ୍ଟ-୮୨ ନାମରେ ନେମିତ କରାଯାଇଛି | ଏହି ୮ଟି ଆପ ଜରିଆରେ ପ୍ରସାରିତ ହେଉଛି |ତ୍ରପରକୁ ନେଇ ସବୁଠୁ ଭୟଙ୍କର ବିଷୟ ହେଉଛି ଏହା ମେଧ୍ୟମରେ ମୋବାଇଲ ଫୋନଗୁଡିକରେ ମାଲୱେର ବିସ୍ତାର କରାଯାଉଛି | ନାକଙ୍କ ଆର୍ଥିକ କ୍ଷତି ପହଞ୍ଚାଇପାରେ ତ୍ରପରପ୍ରମୁଖ ଭୂମିକା ଗ୍ରହଣ କରୁଛି | ଏପରିକି ତ୍ରପର ଗୁଗୁଲ ପ୍ଲେ ପ୍ରୋଟେକ୍ଟ ଆଖିରୁ ମଧ୍ୟ ଖସିଯିବାରେ ମକ୍ଷମ ହୋଇଥାଏ | ଏହି ତ୍ରପର ୟୁଜରଙ୍କ ଫୋନରେ ଏଲିଏନବୋଟ ଇନଷ୍ଟଲ କରିଥାଏ, ଯାହାକି ହ୍ୟାକାରକୁ ଦୁରରୁ ରହି ବୈଧ ଫାଇନାନସିଆଲ ଆପରେ ମାଲିସିୟସ କୋଡ଼ ପକାଇବାରେ ସାହାଯ୍ୟ କରିଥାଏ | କ୍ସାଷ୍ଟ-୮୨ ଫୋନରେ ଏମଆରଏଟିକୁ ବି ଇନଷ୍ଟଲ କରିଥାଏ | ଏହା ଏଭଳି ଏକ ପ୍ରୋଗ୍ରାମ, ଯାହା ମୋବାଇଲ ଡିଭାଇସର ରିମୋଟ ଅକ୍ସେସ ତୃତୀୟ ପକ୍ଷକୁ ଦେଇଥାଏ | ଖାଲି ସେତିକି ନୁହେଁ | ଏହି ଦୁଇଟି ପ୍ରୋଗ୍ରାମ ଏତେ ମେତ୍ରରେ ଭୟଙ୍କର ଯେ ୟୁଜରଙ୍କ ମୋବାଇଲରେ ଥିବା ବ୍ୟାଙ୍କିଙ୍ଗ ଆପଗୁଡିକୁ ସହଜରେ ହାଇଜାକ କରିପାରିବେ ଏବଂ ୟୁଜରଙ୍କ ବିତ୍ତିୟ ବିବରଣୀକୁ ଚୋରିକରି ପାରିବେ | ଗବେଷକ କହିଛନ୍ତି ଯେ ଡିଭାଇସକୁ ନିୟନ୍ତ୍ରଣକୁ ନେବା ପରେ ହ୍ୟାକର ଫୋନରେ ଅନ୍ୟ ଫଙ୍କସନଗୁଡିକୁ ବି ନିୟନ୍ତ୍ରଣକୁ ନେଇପାରେ | ମୋଟାମୋଟି ଭାବେ ଫୋନ ହ୍ୟାକରର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଚାଲିଯାଏ | ହ୍ୟାକର କୌଣସି ନୂଆ ଆପକୁ ୟୁଜରଙ୍କ ମୋବାଇଲରେ ଇନଷ୍ଟଲ କରିପାରିବ କିମ୍ବା ଭ୍ୟୁୟର ଜରିଆରେ ୟୁଜରଙ୍କ ଡିଭାଇସକୁ ନିୟନ୍ତ୍ରଣ କରିପାରେ | ଏହି ଆପଗୁଡିକୁ ସୁରକ୍ଷିତ ରଖିବା ପାଇଁ ୟୁଜର କେତେକ ଉପାୟ ଆପଣାଇପାରିବେ | ପ୍ରଥମେ ସେଟିଙ୍ଗସକୁ ଯିବେ ଏବଂ ଆପ୍ଲିକେସନକୁ ଯାଇ ତଳକୁ ସ୍କ୍ରୋଲ କରି ସନ୍ଦିଗ୍ଧ ଆପଗୁଡିକୁ ଖୋଜିବେ | ଏହା ପରେ ଆପ୍ପ ଉପରେ ଟ୍ୟାପ କରି ଏଗୁଡିକ ଅନଇଷ୍ଟଲ କରିପାରିବେ | ଏହାବ୍ୟତୀତ ବ୍ୟାଙ୍କିଙ୍ଗ ଆପ ଏବଂ ବ୍ୟାଙ୍କ ଆକାଉଣ୍ଟ ସହ ଜଡିତ ପାସୱାର୍ଡ ବଦଳାଇବା ମଧ୍ୟ ଭଲ ବିକଳ୍ପ ହେବ |

Breaking News