ରିପୋର୍ଟ କାର୍ଡ / କୋଲକାତା
ଆସନ୍ତା ୧୫ ତାରିଖରୁ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ନନ୍ଦୀଗ୍ରାମରେ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କରିବାକୁ ଯାଇଥିବା ବେଳେ ଆହତ ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେବାର ଦୁଇ ଦିନ ମଧ୍ୟରେ ତାଙ୍କୁ ହସ୍ପିଟାଲ୍ରୁ ମୁକ୍ତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ- ମମତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି, ସେ ପୁଣି ଥରେ ୧୫ ତାରିଖରୁ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି। ୟା’ ମଧ୍ୟରେ ବରିଷ୍ଠ ପୂର୍ବତନ ବିଜେପି ନେତା ଯଶବନ୍ତ ସିହ୍ନା ମମତାଙ୍କ ଦଳ ତୃଣମୂଳ କଂଗ୍ରେସ(ଟିଏମ୍ସି)ରେ ଯୋଗ ଦେଇ ସାରିଛନ୍ତି। ସେ ଟିଏମ୍ସିରେ ଯୋଗ ଦେଇ କହିଛନ୍ତି କି ଦେଶ ଏବେ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି, ଯାହାକି ତାଙ୍କୁ ରାଜନୀତିକୁ ଫେରିବା ପାଇଁ ପୁଣି ଥରେ ପ୍ରେରିତ କରିଛି। ଶ୍ରୀ ସିହ୍ନା ୨୦୧୮ ମସିହାରେ ବିଜେପିରୁ ଇସ୍ତଫା ଦେଇଥିଲେ। ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମରେ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କରିବାକୁ ଯାଇଥିବା ବେଳେ ଆହତ ହୋଇଥିଲେ । ବୁଧବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିବା ବେଳେ ନିର୍ବାଚନ ପ୍ରଚାର ସମୟରେ ତାଙ୍କ ଗୋଡ଼କୁ କେହି ଦଳି ଦେଇଥିବା ଅଭିଯୋଗ ହୋଇଥିଲା। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ କିଛି ଯୁବକ ଜାଣିଶୁଣି ତାଙ୍କୁ ଆଘାତ କରିଛନ୍ତି । ହେଲେ ଏହାକୁ ଡରି ନ ଯାଇ ସେ ନିଜର ପ୍ରଚାର ଅଭିଯାନ ଜାରି ରଖିବେ। ଏଥର ସେ ନନ୍ଦୀଗ୍ରାମରୁ ନିର୍ବାଚନ ଲଢ଼ିବେ। ତାଙ୍କୁ ସେଠାରୁ ଟକ୍କର ଦେବେ ପୂର୍ବତନ ଟିଏମ୍ସି ନେତା ତଥା ବର୍ତ୍ତମାନର ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ। ଶୁଭେନ୍ଦୁ ପୂର୍ବରୁ ନନ୍ଦୀଗ୍ରାମରୁ ଲଢ଼ି ବିଜୟୀ ହୋଇ ସାରିଛନ୍ତି।






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..