ରିପୋର୍ଟ କାର୍ଡ / ମୟୂରଭଞ୍ଜ
ଶିମିଳିପାଳ ଓ ଏହାର ଆଖପାଖ ବନାଞ୍ଚଳରେ ୩୫ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ ହୋଇଛି। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ଏହି ୩୫ଟି ବନାଗ୍ନି ସ୍ଥଳ ମଧ୍ୟରୁ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ଖଣ୍ଡର ୯ ଓ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ୭ଟି ସ୍ଥାନକୁ ମିଶାଇ ଶିମିଳିପାଳରେ ମୋଟ ୧୬ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଅନ୍ୟ ବନଖଣ୍ଡ ମଧ୍ୟରୁ ବାରିପଦାର ୪, କରଞ୍ଜିଆର ୨ ଓ କେନ୍ଦୁଝର ବନ୍ୟପ୍ରାଣୀ ଖଣ୍ଡର ୧୩ଟି ସ୍ଥାନରେ ନିଆଁ ଲାଗିଛି। ଏହି ୩୫ଟି ସ୍ଥାନ ମଧ୍ୟରୁ ୧୨ଟି ସ୍ଥାନରେ ବନାଗ୍ନିକୁ ଲିଭାଇବା ଦିଗରେ ବନ ବିଭାଗ ଏବଂ ଓଡ୍ରାଫ ଦଳ ସଫଳ ହୋଇଥିବା ଦର୍ଶାଯାଇଛି। କିନ୍ତୁ ଏହା ପୂର୍ବରୁ ଶିମିଳିପାଳ ସମେତ ଚତୁର୍ଦ୍ଦିଗରେ ଥିବା ବନାଞ୍ଚଳରେ ଗତ ୨୬ ତାରିଖରେ ୨୮ଟି ଏବଂ ୨୭ ତାରିଖରେ ୫୪ଟି ସ୍ଥାନରେ ଚିହ୍ନଟ ହୋଇଥିବା ବନାଗ୍ନିକୁ ଉପଶମ କରାଯାଇଥିବା ନେଇ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ। ଏହି ବନାଗ୍ନି ଯୋଗୁଁ ବ୍ୟାପକ ଅଞ୍ଚଳରେ ବହୁ ମୂଲ୍ୟବାନ ଗଛ ପୋଡି ଯାଉଥିବା ବେଳେ ବନ୍ୟଜନ୍ତୁମାନେ ଜନବସତି ମୁହାଁ ହେଉଛନ୍ତି।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….