Report Card Odisha

| Daily Odia News

ମଦଲସାଙ୍କ ବୋଲ୍ଡ ଫଟୋ ସୁଟ୍‌

ନୂଆଦିଲ୍ଲୀ: ବଲିଉଡ ଇଣ୍ଡଷ୍ଟ୍ରୀରେ ଅଭିନେତ୍ରୀମାନେ ସବୁ ବେଳେ କିଛି ନା କିଛି ନିଜ କାମକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥାନ୍ତି । କେତେବେଳେ କାହା ସହ ପ୍ରେମ ସମ୍ପର୍କରେ ହେଉ କି ଆଉ କେତେବେଳେ ନିଜର ବ୍ୟକ୍ତିିଗତ ଭାବନାକୁ ନେଇ ହେଉ ସବୁ ବେଳେ କିଛି ନା କିଛି କାରଣ ପାଇଁ ସୋଶିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ଏହା କିଛି ନୂଆ କଥା ନୁହେଁ । ହେଲେ ବଲିଉଡ ଇଣ୍ଡଷ୍ଟ୍ରୀର ବୋହୂ ମାନଙ୍କ ବୋଲ୍ଡ ଫଟୋସୁଟ୍ ଖୁବ୍ କମ୍ ଦେଖିବାକୁ ମିଳେ। ଏବେ ନିକଟରେ ବଲିଉଡ ଇଣ୍ଡଷ୍ଟ୍ରୀର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତୀଙ୍କ ବୋହୂ ତଥା ଅଭିନେତ୍ରୀ ମଦଲସା ଶର୍ମା ନିଜର କିଛି ଫଟୋ ଯୋଗୁ ଆଜିକାଲି ଖବରରେ ଅଛନ୍ତି । ବର୍ତମାନ ତାଙ୍କର କିଛି ବୋଲ୍ଡ ଫଟୋସୁଟ୍ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଗୁଡ଼ିକ ନିକଟରେ ମଦଲସା ନିଜେ ନିଜ ଇନଷ୍ଟାଗ୍ରାମ ଆକାଉନ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ବୋଲ୍ଡ ଷ୍ଟାଇଲ ଦେଖିବାମାତ୍ରେ ଆପଣଙ୍କ ନଜର ଅଟକି ରହିବ । ଏହି ଫଟୋ ଗୁଡ଼ିକ ମଦଲସାଙ୍କ ନୂତନ ଫଟୋସୁଟ୍ । ଯେଉଁଥିରେ ତାଙ୍କର ବୋଲ୍ଡ ଷ୍ଟାଇଲରେ ନଜର ଆସିଛନ୍ତି । ମଦଲସା ନିଜ ସୋଶିଆଲ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମ ଆକାଉନ୍ଟରେ ବହୁତ ସକ୍ରିୟ । ଏହି ପ୍ଲାଟଫର୍ମ ମାଧ୍ୟମରେ ସର୍ବଦା ନିଜ ପ୍ରିୟ ଲୋକଙ୍କ ସହିତ କନେକ୍ଟ ରୁହନ୍ତି । ମଦଲସା ପ୍ରାୟତଃ ନିଜର ଫଟୋ ଏଠାରେ ସେୟାର କରିଥାନ୍ତି । ମଦଲସାଙ୍କୁ ଇନଷ୍ଟାଗ୍ରାମରେ ୨ଲକ୍ଷରୁ ଅଧିକ ଲୋକ ଅନୁସରଣ କରିଛନ୍ତି । ସେ ଷ୍ଟାର ପ୍ଲସର ଟିଭି ସିରିଏଲରେ ଏକ ନକରାତ୍ମକ ଭୂମିକାରେ ଅଭିନୟ କରୁଛନ୍ତି । ଯେଉଁଥିରେ ତାଙ୍କ ନାମ କାବ୍ୟା ରହିଛି । ମଦଲସା ହିନ୍ଦୀ ଅପେକ୍ଷା ଦକ୍ଷିଣ ଚଳଚ୍ଚିତ୍ରରେ ଅଧିକ କାମ କରିଛନ୍ତି ।

Breaking News