ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି ଥରେ ମଣିପୁରରେ ହିଂସା ଦେଖିବାକୁ ମିଳିଛି । କେନ୍ଦ୍ରୀୟ ରିଜର୍ଭ ଫୋର୍ସ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି କୁକୀ ସମ୍ପ୍ରଦାୟ ଲୋକ । ଏଥିରେ ଦୁଇ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ଏପରି ସାଂଘାତିକ ଘଟଣା ମଣିପୁରର ବିଷ୍ଣୁପୁର ଜିଲ୍ଲାର ନାରଣସେନାରେ ଘଟିଛି। ମିଳିଥିବା ସୂଚନା ଅନୁସାରେ- ଗତକାଲି ବିଳମ୍ବିତ ରାତିରୁ ଆଜି ଭୋର ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଗୁଳି ଚାଳନା ହୋଇଥିବା ଜଣାଯାଇଛି। ଗତ ରାତିରେ କୁକୀ ସମ୍ପ୍ରଦାୟର କିଛି ଲୋକ ଯବାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ସବ- ଇନ୍ସପେକ୍ଟର ଘଟଣାସ୍ଥଳରେ ଶହୀଦ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ହେଡ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି। ଶହୀଦ ହୋଇଥିବା ଦୁଇ ଯବାନ CRPFର ୧୨୮ ବାଟାଲିୟନର ବୋଲି ଜଣାଯାଇଛି। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଗତ ବର୍ଷ ମେ’ ମାସରୁ ମଣିପୁରରେ ଅଶାନ୍ତି ଲାଗି ରହିଛି। ଦୁଇ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ପାଖାପାଖି ୧୮୦ରୁ ଅଧିକ ସାଧାରଣ ଲୋକ ପ୍ରାଣ ହରାଇ ସାରିଲେଣି। ଏଥିସହ ୫୦ ହଜାରରୁ ଅଧିକ ଲୋକେ ବାସହରା ହୋଇ ସାରିଥିବା ଜଣାପଡିଥିଲା |






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….