Report Card Odisha

| Daily Odia News

ବସ୍ ଭଡ଼ା ବୃଦ୍ଧି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗୁରୁବାର ରାଜ୍ୟର ଘରୋଇ ବସ୍‌ଭଡ଼ା ବୃଦ୍ଧି କରାଯାଇଛି । ଧାର୍ଯ୍ୟ ମୂଲ୍ୟ ଅନୁଯାୟୀ ଏଣିକି ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ଟ.୧.୧୮ ପଇସା ସ୍ଥିର ହୋଇଥିବ ବେଳେ ଏକ୍ସପ୍ରେସ ବସ୍ ଟ ୧.୨୪ ପଇସା, ସେମି ଡିଲକ୍ସ ବସ୍ ଟ୧.୩୦ ପଇସା, ଡିଲକ୍ସ ବସ୍ ଟ ୧.୪୧ ପଇସା, ଏସି ଡିଲକ୍ସ ବସ୍ ଟ୧.୯୯ ପଇସା, ସୁପର ପ୍ରିମିୟମ ବସ୍ ଟ ୩.୨୧ ପଇସା ଏବଂ ସୁପର ପ୍ରିମିୟମ ଫୁଲି ସ୍ଲିପର ଏସି କୋଚ୍ ବସ୍ କିଲୋମିଟର ପିଛା ଟ୪.୬୧ ପଇସା ଧାର୍ଯ୍ୟ କରାଯାଇଛି । ରାଜ୍ୟ ଭିତରେ ଚଳପ୍ରଚଳ ହେଉଥିବା ଯାତ୍ରୀବାହୀ ଘରୋଇ ବସ୍ କ୍ଷେତ୍ରରେ ଏହି ବର୍ଦ୍ଧିତ ବସ୍ ଭଡ଼ା ଲାଗୁହେବ । ଏହା ସର୍ବାଧିକ ମୂଲ୍ୟ ହୋଇଥିବାରୁ ଏହାଠାରୁ ଅଧିକ ଯାତ୍ରୀଭଡ଼ା ଆଦାୟ କରାଯାଇପାରିବ ନାହିଁ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଏଚଆଇଭି/ଏଡ୍‌ସ ରୋଗୀ, ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ, ମାନସିକ ଭିନ୍ନକ୍ଷମ, ୫୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ଏବଂ ୧୦୦ ପ୍ରତିଶତ ଶ୍ରବଣଶକ୍ତି ବାଧିତ ବ୍ୟକ୍ତିମାନଙ୍କୁ ବସ୍‌ଭଡ଼ା ସମ୍ପୂର୍ଣ୍ଣ ଦେୟମୁକ୍ତ କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ଏହି ବ୍ୟକ୍ତିମାନଙ୍କୁ ସାଙ୍ଗରେ ନେଇ ଯାଉଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଭଡ଼ାରେ ୫୦ ପ୍ରତିଶତ ରିହାତି ଦିଆଯିବ । ଉପଯୁକ୍ତ ପ୍ରମାଣପତ୍ର ଦେଖାଇଲେ ଏହି ରିହାତି ପ୍ରଦାନ କରାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି ।

Breaking News