ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଉରକେଲାର ୧୮ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି। ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଏହାସହ NITରେ ୩ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ଶିଳ୍ପ କ୍ଷେତ୍ରରେ କୁମାର ମଙ୍ଗଲମ ବିର୍ଲାଙ୍କୁ ସମ୍ମାନସୂଚକ ଡିଗ୍ରୀ ପ୍ରଦାନ ମଧ୍ୟ କରାଯାଇଛି। ଭାରତୀୟ ପ୍ରଶାସନିକ କ୍ଷେତ୍ରରେ ପ୍ରମୋଦ ମିଶ୍ରଙ୍କୁ ସମ୍ମାନସୂଚକ ଡିଗ୍ରୀ ଦିଆଯାଇଛି। ସାହିତ୍ୟ କ୍ଷେତ୍ରରେ ସୀତାକାନ୍ତ ମହାପାତ୍ରଙ୍କୁ ସମ୍ମାନସୂଚକ ଡିଗ୍ରୀ ଦିଆଯାଇଥିବା ନେଇ ସୂଚନା ମିଳିଛି। ତେବେ କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖିଛନ୍ତି ଦେଶର ପ୍ରଥମ ନାଗରିକ। ସେ କହିଛନ୍ତି ଯେ, ଓଡ଼ିଶା ଉଭୟ ସାଂସ୍କୃତିକ ଓ ଐତିହାସିକ କ୍ଷେତ୍ରରେ ବେଶ୍ ସମୃଦ୍ଧ। କୋଣାର୍କ ସୂର୍ଯ୍ୟ ମନ୍ଦିରର କଳା ଓ ବିଜ୍ଞାନର ଉତ୍କୃଷ୍ଟ ନିଦର୍ଶନ। ଦେଶ ସ୍ୱାଧୀନତାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି ରାଷ୍ଟ୍ରପତି। ଦୀକ୍ଷାନ୍ତ ସମାରୋହରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ରାଷ୍ଟ୍ରପତି। ବିନା କୌଣସି ଚାପରେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ହେବ ବୋଲି କହିଲେ ରାଷ୍ଟ୍ରପତି। ଏହାସହ NIT ଛାତ୍ରଛାତ୍ରୀଙ୍କ ସମାଜ ପ୍ରତି ଅନେକ ଅବଦାନ ରହିଥିବା କହିଲେ ରାଷ୍ଟ୍ରପତି। ଏନଆଇଟିର ସମାବର୍ତ୍ତନ ଉତ୍ସବ ପରେ ଅପରାହ୍ନରେ ଆଇଜିଏଚ୍ ସୁପର ସ୍ପେସାଲିଟି ହସ୍ପିଟାଲର ଉଦଘାଟନ କରିବେ ରାଷ୍ଟ୍ରପତି। ପ୍ରାୟ ସାଢ଼େ ୪ଟାରେ ଏହି କାର୍ଯ୍ୟକ୍ରମ ସରିବ। ପରେ ରାଉରକେଲାରୁ ଝାରସୁଗୁଡ଼ା ଦେଇ ସଂଧ୍ୟାରେ ସେ ଭୁବନେଶ୍ୱର ଫେରି ଆସିବେ ବୋଲି ସୂଚନା ରହିଛି। ଆଜି ରାଜଭବନରେ ସେ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି।
More Stories
ଆପ୍ ‘ଅପରେସନ୍ ଲୋଟସ୍’ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ…..
ବାରବାଟୀ କ୍ରିକେଟ୍ ମ୍ୟାଚ୍:ଟିକେଟ୍ କଳାବଜାରୀ ଅଭିଯୋଗରେ ୭ ଗିରଫ…..
ସୋନୁ ସୁଦ୍ଙ୍କ ନାଁରେ ଗିରଫ ପରଓ୍ବାନା ଜାରି…..