ରିପୋର୍ଟ କାର୍ଡ / ପିପିଲି
ପୁରୀ ଜିଲ୍ଲା ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୁହାଁମୁହିଁ ହେବେ ସ୍ୱାମୀ-ସ୍ତ୍ରୀ । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ପତ୍ନୀ ଜାଗୃତି ପଣ୍ଡା । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜାଗୃତି ଗତକାଲି ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଏହା ହଠାତ୍ ସାମ୍ନାକୁ ଆସିପାରି ନଥିଲା। ଏ କଥା ଜଣାପଡ଼ିବା ପରେ ଏହାକୁ ନେଇ ଜୋର ଚର୍ଚ୍ଚା ଚାଲିଛି। କୁହାଯାଉଛି, ସ୍ୱାମୀ ରୁଦ୍ର ନାମାଙ୍କନ ପତ୍ରରେ କୌଣସି ତ୍ରୁଟି ଥିଲେ କାଳେ ନାକଚ ହୋଇଯିବ, ସେଥିପାଇଁ ଜାଗୃତି ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଉ ଯଦି ରୁଦ୍ରଙ୍କ ନାମାଙ୍କନ ପତ୍ର ନାକଚ ନହୁଏ, ତା’ହେଲେ ଜାଗୃତି ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେବେ ବୋଲି ଚର୍ଚ୍ଚା ହେଉଛି।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..