ରିପୋର୍ଟ କାର୍ଡ / ଭୁବନେଶ୍ବର
କଟକ ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏକ ବଡ଼ଧରଣର ଅଦଳବଦଳ ହୋଇଛି। ଏସ୍ସିବିର ଡିନ୍ (ଅଧ୍ୟକ୍ଷ) ଏବଂ ଅଧୀକ୍ଷକଙ୍କୁ ବଦଳି କରାଯାଇଛି। ରବିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ସମ୍ପର୍କରେ ସୂଚନା ଜାରି କରାଯାଇଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ବାରିପଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍ ପ୍ରଫେସର ଡା. ପ୍ରତିଭା ପଣ୍ଡାଙ୍କୁ ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଏସ୍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍ ଭାବେ କାର୍ଯ୍ୟରତ ପ୍ରଫେସର ଡା. ଲୁସି ଦାସଙ୍କୁ ଏସ୍ସିବି ମେଡିକାଲ ସିଭିଟିଏସ୍ ପ୍ରଫେସର ଭାବେ ବଦଳି କରାଯାଇଛି। ଏଥିସହ ତାଙ୍କୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଏସ୍ସିବି ମେଡିକାଲ ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ଥିବା ଡା. ନିର୍ମଳ ଚନ୍ଦ୍ର ମହାପାତ୍ର ବାରିପଦା ମେଡିକାଲ କଲେଜର ଡିନ୍ ଭାବେ କାର୍ଯ୍ୟ କରିବେ। ଏସ୍ସିବି ଏଫ୍ଏମ୍ଟି ବିଭାଗର ମୁଖ୍ୟ ଡା. ଜ୍ୟୋତିଷ ଚନ୍ଦ୍ର ଚୌଧୁରୀଙ୍କୁ ଏସ୍ସିବି ମେଡିକାଲ ଅଧୀକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲ ଅସ୍ଥିଶଲ୍ୟ ବିଭାଗ ପ୍ରଫେସର ଡା. ସତ୍ୟଜିତ ରାୟଙ୍କୁ ଏସ୍ସିବି ଅସ୍ଥିଶଲ୍ୟ ବିଭାଗ ପ୍ରଫେସର ଭାବେ ଦାୟିତ୍ବ ଦିଆଯାଇଛି। ଏଥିସହ ଏସ୍ସିବିକୁ ଡେପୁଟେସନରେ ଥିବା ବ୍ରହ୍ମପୁର ମେଡିକାଲ କଲେଜ ଅସ୍ଥିଶଲ୍ୟ ବିଭାଗ ସହଯୋଗୀ ପ୍ରଫେସର ଡା. ତାପସ କୁମାର ପାଣିଗ୍ରାହୀଙ୍କୁ ସୁନ୍ଦରଗଡ଼ ମେଡିକାଲ କଲେଜକୁ ବଦଳି କରାଯାଇଛି।






More Stories
ରାଜଧାନୀରେ ‘ନାଇଟ୍ ଅପରେସନ’…..
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..